କୋରାପୁଟ ସଦର ମହକୁମା ସହ କୋରାପୁଟ ବ୍ଲକ ଓ ଲମତାପୁଟ ବ୍ଲକକୁ ଯୋଗାଯୋଗ ପାଇଁ ନବୀନ ସୁକୁ-କୋଲାବ ଉପରେ ସେତୁ ନିର୍ମାଣ ପାଇଁ ଘୋଷଣା କରିଛନ୍ତି. ଏ ନେଇ ମଙ୍ଗଳବାର ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କୋରାପୁଟ ଜିଲ୍ଲା ବାସୀ.  ଐତିହାସିକ ଘୋଷଣା ପାଇଁ ପ୍ରାୟ 300 ନାଗରିକ ଓ ଚାଷୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ସହ ଅଭିନନ୍ଦନ ଜ୍ଞାପନ କରିଛନ୍ତି. ଏହି ସେତୁ ନିର୍ମାଣ ହେବା ଫଳରେ ଲୋକଙ୍କୁ ଯାତାୟାତରେ ସୁବିଧା ହେବ. ତେବେ ଏ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ. ଏହି ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ପୂର୍ବରୁ ଯୋଜନା କରିଥିଲେ. ଅନ୍ୟପଟେ ସେତୁ ନିର୍ମାଣ ହେବା କୋରାପୁଟବାସୀଙ୍କ ଏକ ସ୍ୱପ୍ନ ଥିଲା. ଆଜି ସେମାନଙ୍କ ସ୍ୱପ୍ନ ପୂରା ହେବାକୁ ଯାଉଛି.

LEAVE A REPLY

Please enter your comment!
Please enter your name here