ଦିନ କେତୋଟି ପରେ ସାଧାରଣ ନିର୍ବାଚନ. ଆଉ ଏହାକୁ ଦୃଷ୍ଟିରେ ରଖି  ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି. ଚଳିତ ଥର ଭୋଟରମାନେ ଇଭିଏମ ଓ ଭିଭିପେଟ ମାଧ୍ୟମରେ ନିଜ ମନ ପସନ୍ଦର ପ୍ରାର୍ଥୀ ଚୟନ କରିବେ. ଏଥିପାଇଁ ମେସିନ ପରିଚାଳନା ସଂକ୍ରାନ୍ତରେ ଜିଲ୍ଲାରେ ଲୋକଙ୍କୁ ଅବଗତ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା. ତେବେ ପ୍ରଥମ ପର୍ଯ୍ୟାୟ ମାଧ୍ୟମରେ ଗତମାସ 7ରୁ 12 ତାରିଖ ମଧ୍ୟରେ ପ୍ରଚାର କରାଯାଇଥିଲା. ଆସନ୍ତା କାଲିଠୁ ଏହାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି. ଯାହା 25 ଦିନ ପର୍ଯ୍ୟନ୍ତ ରାୟଗଡାର ତିନୋଟି ନିର୍ବାଚନ ମଣ୍ଡଳୀରେ ପ୍ରଚାର କରାଯିବ. ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ପ୍ରଚାର କରାଯିବ. ଚଳିତ ଥର ରାୟଗଡାରେ 6 ଲକ୍ଷ 59 ହଜାର 422 ଜଣ ଭୋଟର ଭୋଟ ଦେବେ. ଏଥିପାଇଁ ଇଭିଏମ ଓ ଭିଭିପାଟ ମେସିନ ସଂପର୍କରେ ଲୋକଙ୍କୁ ଅବଗତ କରାଇବା ନିହାତି ଜରୁରୀ ବୋଲି ରାୟଗଡା ଜିଲ୍ଲାପାଳ ସୂଚନା ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here