ଆଫଗାନୀସ୍ତାନରେ ତାଲିବାନ ସରକାର ଗଠନ ନେଇ ଘୋଷଣା କରିବା ପରେ ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି । କିଛିଦିନ ହେବ କାବୁଲ ସମେତ ଅନେକ ସହରରେ ତାଲିବାନ ସରକାର ବିରୋଧରେ ପ୍ରଦର୍ଶନ ଦେଖିବାକୁ ମିଳୁଛି । କିନ୍ତୁ ଏବେ ଦେଖିବାକୁ ମିଳୁଛି ଯେ ତାଲିବାନ ଆତଙ୍କବାଦୀଙ୍କ ବର୍ବରତା । ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ ମାରି ଲହୁ ଲୁହାଣ କରିଥିବାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଆନ୍ଦୋଳନ ସ୍ଥଳକୁ ଯାଇଥିବା ଏହି ସାମ୍ବାଦିକଙ୍କୁ ମାଡ ମାରି ଲହୁ ଲୁହାଣ କରିଛନ୍ତି ତାଲିବାନୀ । କେବଳ ସାମ୍ବାଦିକ ନୁହଁନ୍ତି ପ୍ରଦର୍ଶନ କରୁଥିବା ପୁରୁଷଙ୍କ ସମେତ ମହିଳାଙ୍କୁ ମଧ୍ୟ ମାଡ ମାରୁଛନ୍ତି ତାଲିବାନୀ । ଯାହାକୁ ନେଇ ସୋସିଆଲ ମିଡିଆରେ ନିନ୍ଦା କରାଯାଉଛି । ଦୁଇଦିନ ହେଲା ଆଫଗାନୀସ୍ତାନରେ ପ୍ରଦର୍ଶନ ଦେଖିବାକୁ ମିଳୁଛି । ଯେଉଁଥିରେ ପୁରୁଷଙ୍କ ସମେତ ମହିଳାମାନେ ମଧ୍ୟ ସାମିଲ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here