851 ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଆଜି ଗଣତି ହୋଇଥିବା 315ଟି ଆସନରୁ 275ଟି ଆସନରେ ଆଗୁଆ ରହି ବିଜେଡି ନିଜର ଲୋକପ୍ରିୟତାର ପ୍ରମାଣ ଦେଇଛି । ଏହି ନିର୍ବାଚନ ଫଳ ପୁଣିଥରେ ପ୍ରମାଣ କରିଦେଇଛି, ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବେ ବି ଅତୁଟ ରହିଛି । ବରଂ ଗତ ପଞ୍ଚାୟତ ନିର୍ବାଚନ ତୁଳନାରେ ବିଜେଡି ଅଧିକ ଆସନରେ ବିଜୟ ଲାଭ କରି ବିରୋଧୀଙ୍କ ସତ୍ତା ହଜେଇ ଦେଇଛି । 315 ଆସନରୁ ବିଜେଡି 275ଟିରେ ଆଗୁଆ ରହିଥିବା ବେଳେ ବିଜେପି 20 ଏବଂ କଂଗ୍ରେସକୁ 14 ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । 6ଟି ଆସନରେ ଅନ୍ୟାନ୍ୟ ପ୍ରାର୍ଥୀ ଆଗୁଆ ରହିଛନ୍ତି ।
45 ଆସନ ବିଶିଷ୍ଟ ବାଲେଶ୍ବରରେ ଆଜି ଗଣତି ହୋଇଥିବା 13ଟି ଆସନରୁ ବିଜେଡି 12ଟି ଆଗୁଆ ରହିଥିବା ବେଳେ ବିଜେପି ମାତ୍ର ଗୋଟିଏ ଆସନରେ ଆଗୁଆ ରହିଛି । ସେହିପରି ଗଜପତିରେ ବିଜେଡି 5, କଂଗ୍ରେସ 2, ଝାରସୁଗୁଡାରେ ବିଜେଡି 5, କେନ୍ଦୁଝରରେ ବିଜେଡି 11, ବିଜେପି 2, ନୟାଗଡରେ ବିଜେଡି 7, ବିଜେପି 1, ସମ୍ବଲପୁରରେ ବିଜେଡି 8, ବିଜେପି 1, ପୁରୀରେ ବିଜେଡି 11, ସୁନ୍ଦରଗଡରେ ବିଜେଡି 15, ଅନ୍ୟାନ୍ୟ 2, ବୌଦ୍ଧରେ ବିଜେଡି 2, ବିଜେପି 1, ଗଜପତିରେ ବିଜେଡି 5, କଂଗ୍ରେସ 2, କଳାହାଣ୍ଡି ବିଜେଡି 9, ବିଜେପି 4, ମୟୁରଭଞ୍ଜ ବିଜେଡି 23, ଅନ୍ୟାନ୍ୟ 3, ସୋନପୁର ବିଜେଡି 3, କଂଗ୍ରେସ1, ବରଗଡ ବିଜେଡି 7, ବିଜେପି 4, କଟକ ବିଜେଡି 12, ବିଜେପି 1, କଂଗ୍ରେସ 1, ଗଞ୍ଜାମରେ ବିଜେଡି 22, ଜଗତସିଂହପୁରରେ ବିଜେଡି 8, କେନ୍ଦ୍ରାପଡାରେ ବିଜେଡି 9, ଢେଙ୍କାନାଳରେ ବିଜେଡି 7, ବିଜେପି 1, ଖୋର୍ଦ୍ଧା ବିଜେଡି 7, ବିଜେପି 3, ନବରଙ୍ଗପୁର ବିଜେଡି 7, କଂଗ୍ରେସ2, ନୂଆପଡାରେ ବିଜେଡି 5, ରାୟଗଡା ବିଜେଡି 5, କଂଗ୍ରେସ 6, ଭଦ୍ରକ ବିଜେଡି 7, ଦେବଗଡ ବିଜେଡି 3, ଯାଜପୁରରେ ବିଜେଡି 10ଟି ଆସନରେ ଆଗୁଆ ରହିଛି ।

LEAVE A REPLY

Please enter your comment!
Please enter your name here