ପୁଣି ବଢିଲା ସାରଥୀ ବାବାଙ୍କ ଅଡୁଆ । ସାରଥି ବାବାଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ହୋଇଛି। ୨୦୧୫ ମସିହାରେ କ୍ରାଇମବ୍ରାଞ୍ଚ ଦ୍ୱାରା ରୁଜୁ ହୋଇଥିବା ଏକ ମାମଲା ସହିତ ସମ୍ପୃକ୍ତ ଆତ୍ମଘୋସିତ ଧର୍ମଗୁରୁ ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କ ବିରୋଧରେ କଟକର ଏକ ନିଯୁକ୍ତ ଅଦାଲତ ଚାର୍ଜଫ୍ରେମ୍ କରିଛିଏବଂ ଆସନ୍ତା ଜାନୁଆରୀ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। କଟକ ସ୍ୱତନ୍ତ୍ର ଏସ୍ ସି ଏସ୍ ଟି କୋର୍ଟରେ ଚାର୍ଜଫ୍ରେମ ଦାଖଲ ହୋଇଛି। ଏହି ଆତ୍ମଘୋଷିତ ବାବାଙ୍କ ବିରୁଦ୍ଧରେ ଆଇପିସିର ବିଭିନ୍ନ ଧାରା, ଅସ୍ତ୍ରଶସ୍ତ୍ର ଆଇନ ୧୯୫୯ ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ଅତ୍ୟାଚାର ନିବାରଣ ଆଇନ-୧୯୮୯ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ଡିସେମ୍ବର ୨୦୧୫ରେ କ୍ରାଇମ ବ୍ରାଞ୍ଚ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଠକେଇ, ଷଡ଼ଯନ୍ତ୍ର ରଚିବା, ଜାଲିଆତି, ଧମକ, ଅପରାଧିକ ଷଡ଼ଯନ୍ତ୍ର ଏବଂ ଧାର୍ମିକ ଭାବନାକୁ ଆଘାତ କରିବା ଅଭିଯୋଗ ଆସିଥିଲା।














