ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ଉପରେ କଟକଣା ଜାରି କରାଯାଇଛି । ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ଛତିଶାନିଯୋଗକୁ ଚିଠି ଲେଖି ଜଣାଇଛି । ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ବ୍ୟବହାର ନିଷେଧ ସଂପର୍କରେ ଏବେ ଲୋକଙ୍କୁ ସଚେତନ କରାଯିବ । ଅସନ୍ତା ଜାନୁଆରୀ ପହିଲାରୁ କଟକଣାକୁ କଡାକଡି ଭାବେ ଲାଗୁ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇଥିବା ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ କର୍ମଚାରୀଙ୍କ ଉପରେ ମଧ୍ୟ ଏହି କଟକଣା ଲାଗୁ କରାଯିବ । ଉଲ୍ଲଂଘନକାରୀଙ୍କୁ ଜୋରିମାନ କରାଯିବ । ମନ୍ଦିର ପରିସର ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଯଦିଓ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି, ତେବେ ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ବ୍ୟବହାର ଉପରେ କଟକଣା ଲାଗିଥିଲେ ମଧ୍ୟ ଜୋରିମାନା ଆଦାୟ ହେଉ ନ ଥିଲା । ଆସନ୍ତା ଜାନୁଆରୀ ପହିଲାରୁ ଏହାକୁ କଡାକଡି ପାଳନ କରାଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here