ଭାରତୀୟ ବାୟୁସେନା ସୁଖୋଇ Su-30MKI ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ରାତିରେ ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଉଭୟ ପାଇଲଟଙ୍କ ମୃତ୍ୟୁ ହୋଇଛି। ଭାରତୀୟ ବାୟୁସେନା କହିଛି, Su-30MKI ଯୁଦ୍ଧ ବିମାନ ଏକ ତାଲିମ ମିଶନରେ ଥିଲା ଏବଂ ଜୋରହାଟରୁ ପ୍ରାୟ ୬୦ କିଲୋମିଟର ଦୂରରେ ଆସାମର କାର୍ବି ଆଙ୍ଗଲଙ୍ଗ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। Su-30MKI ହେଉଛି ରୁଷିଆନ ବିମାନ ନିର୍ମାତା ସୁଖୋଇ ଦ୍ୱାରା ନିର୍ମିତ ଏକ ଯୁଦ୍ଧ ବିମାନ। ଏହି ଯୁଦ୍ଧ ବିମାନ ନିଖୋଜ ହେବା ମାତ୍ରେ IAF ଏକ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲା। ବାୟୁସେନା ବିଳମ୍ବିତ ରାତିରେ ସୁଖୋଇ ଯୁଦ୍ଧ ବିମାନ ଖୋଜିବାର ସୂଚନା ଦେଇଥିଲା। କିନ୍ତୁ ବିମାନଟି ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇସାରିଥିଲା। ଭାରତୀୟ ବାୟୁ ସେନା ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି କହିଛି, “Su-30 ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ସ୍କ୍ୱାଡ୍ରନ୍ ଲିଡର ଅନୁଜ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁର୍ଗାକରଙ୍କ ପରିବାର ପ୍ରତି IAF ଗଭୀର ସମବେଦନା ପ୍ରକାଶ କରୁଛି। ଏହି ଦୁଃଖର ମୁହୂର୍ତ୍ତରେ ସମସ୍ତ IAF କର୍ମଚାରୀ ଗଭୀର ସମବେଦନା ପ୍ରକାଶ କରୁଛନ୍ତି ଏବଂ ଶୋକସନ୍ତପ୍ତ ପରିବାର ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି। IAF ମାର୍ଚ୍ଚ ୫ ତାରିଖ ରାତି ୯ଟା ୩୪ରେ ଲଢ଼ୁଆ ବିମାନ ନିଖୋଜ ହେବା ବିଷୟରେ ସୂଚନା ଦେଇଛି। ଏହି ଯୁଦ୍ଧ ବିମାନଟି ଆସାମର ଜୋରହାଟରୁ ଉଡ଼ାଣ ଭରଥିଲା ଏବଂ ସନ୍ଧ୍ୟା ୭ଟା ୪୨ ରେ ଶେଷ ଥର ପାଇଁ ଯୋଗାଯୋଗ କରାଯାଇଥିଲା।”

LEAVE A REPLY

Please enter your comment!
Please enter your name here