ରାଜ୍ୟ ସରକାରଙ୍କ ଜଣେ ପଦସ୍ଥ ଅଦିକାରୀ ଏସିଏପ ସୌମ୍ୟରଂଜନଙ୍କ ମୃତ୍ୟୁ ମାସେ ତିନିଦିନ ହୋଇଗଲା । ପୋଲିସ କିଛି ଜାଣିପାରିଲାନି । ହାତ ଖାଲି । କିଏ ମାରିଲା, କିଏ କିଏ ସଂପୃକ୍ତ, ଟେର୍ ପାଇଲାନି ପୋଲିସ । କିନ୍ତୁ ତଦନ୍ତର ପ୍ରଥମ ଦିନରୁ ତଦନ୍ତକାରୀ ଅଧିକାରୀମାନେ ଖୁବ୍ ବାହାଦୁରୀ ଦେଖି ଡିଏଫଓଙ୍କୁ କ୍ଲିନଚିଟ୍ ଦେଇଦେଲେ । ସେତେବେଳେ ବି ତଦନ୍ତକାରୀ ଅଧିକାରୀଙ୍କୁ ଆମ ରାଜ୍ୟ ସରକାରଙ୍କ ଦକ୍ଷ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ସହଯୋଗ କରୁଥିଲେ । ତଦନ୍ତର ସ୍ବଚ୍ଛତାକୁ ନେଇ କେବଳ ସୌମ୍ୟରଂଜନଙ୍କ ପରିବାର ନୁହେଁ, ସାଧାରଣ ଲୋକେ, ବୁଦ୍ଧିଜୀବୀ ବି ସନ୍ଦେହ କରୁଛନ୍ତି । ଏପରିକି ଡିଏଫଓଙ୍କ ବିରୋଧରେ ଅଭିଯୋଗ ହେବା ପରେ ବି ତାଙ୍କୁ ସସପେଣ୍ଡ କରା ନଯିବା ପଛରେ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସଂପୃକ୍ତି ଥିବା ମଧ୍ୟ ଚର୍ଚ୍ଚାକୁ ଆସିଛି । ତେବେ ସରକାରଙ୍କ ଆଡକୁ ଅଙ୍ଗୁଳି ଉଠିବା ପରେ ଆଜି ପୋଲିସ ହାତରୁ ତଦନ୍ତ ଭାର ନେଇଛନ୍ତି କ୍ରାଇମବ୍ରାଞ୍ଚ । ପୁଣିଥରେ ମୂଳରୁ ଆରମ୍ଭ ହୋଇଛି ତଦନ୍ତ । ସୌମ୍ୟଙ୍କ ଘରକୁ ଯାଇ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ପୁଣିଥରେ ବିଦ୍ୟାଭାରତୀ ଓ ଡିଏଫଓଙ୍କୁ ଜେରା କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ।

ମାତ୍ର ଆଶ୍ଚର୍ଯ୍ୟ ଲାଗୁଛି, ସୌମ୍ୟଙ୍କ ମୃତ୍ୟୁର ମାସକ ପରେ ବି କେମିତି ଫେଲ୍ ମାରିଗଲେ ତଦନ୍ତକାରୀ ଅଧିକାରୀ । ସୌମ୍ୟଙ୍କ ମୃତ୍ୟ ତାଙ୍କ ସରକାରୀ କ୍ବାର୍ଟରରେ ହେଲା, ସେ ନିଆଁରେ ପୋଡି ହୋଇ ମରିଗଲେ । କିନ୍ତୁ ସେହିଘରେ ଥିବା ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର କିଛି ହେଲାନି । ନା ସେ ସ୍ବାମୀଙ୍କୁ ଉଦ୍ଧାର କରିବାକୁ ଯାଇ ଆହତ ହେଲେ, ନା ସ୍ବାମୀଙ୍କୁ ଉଦ୍ଧାର କରିପାରିଲେ । ବିଦ୍ୟାଭାରତୀ ହେଉଛନ୍ତି ସୌମ୍ୟଙ୍କ ମୃତ୍ୟୁ ମାମଲାର ଏକମାତ୍ର ପ୍ରତ୍ୟେକ୍ଷଦର୍ଶୀ । କିନ୍ତୁ ଦୁଇ ଦୁଇ ଥର ଜେରା ପରେ ବି ହାତ ଖାଲି । ଏବେ ଜଣାପଡିବ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଦକ୍ଷତା । ସୌମ୍ୟଙ୍କ ମୃତ୍ୟୁରହସ୍ୟ ଉନ୍ମୋଚନ କରିବା ପାଇଁ ଆଉ କେତେଦିନ ସମୟ ନେବେ ତଦନ୍ତକାରୀ ଅଧିକାରୀମାନେ, ତାହା ସମୟ କହିବ । କିନ୍ତୁ ତଦନ୍ତର ଦିଗ ବାଟବଣା ହେଉଛି, କି ଆଉ କେହି ପ୍ରଚ୍ଛଦପଟ୍ଟରେ ରହି ବାଟବଣା କରାଉଛି, ତାହା ସବୁଠୁ ବଡ ପ୍ରଶ୍ନ ।

LEAVE A REPLY

Please enter your comment!
Please enter your name here