ଇପିଏଫ ଜମାକାରୀଙ୍କ ପାଇଁ ଖୁସି ଖବର । ବଢିଲା ସୁଧ ହାର । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧହାର ୮ .୧୫%କୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହାଦ୍ୱାରା ଉପକୃତ ହେବେ ୬ କୋଟି ଇପିଏଫ ଆକାଉଣ୍ଟଧାରୀ । ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ଇପିଏଫ ସୁଧହାର ଥିଲା ୮.୧୦ % । ସୁଧହାର ବୃଦ୍ଧି ନେଇ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ସୂଚନା ମୁତାବକ ଗତକାଲି ଅର୍ଥାତ୍‌ ମଙ୍ଗଳବାର ଦିନ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ ବା (EPFO)ର ବୈଠକ ବସିଥିଲା । ଏହି ବୈଠକରେ ସୁଧହାର ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ୨୦୨୨ ମାର୍ଚ୍ଚରେ EPFO ସୁଧହାର ଉପରେ ନିଷ୍ପତ୍ତି ନିଆଯାଇଥିଲା । EPFO ଉପରେ ସୁଧହାର ହ୍ରାସ କରାଯାଇ ୮.୧ ପ୍ରତିଶତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here