ଜାଲି ସାର୍ଟିଫିକେଟ ରାକେଟ ପଛରେ ବିଜେଡି ନେତା । ଆଜି ବିଧାନସଭାରେ ଏମିତି ଆରୋପ ଲଗାଇଛି କଂଗ୍ରେସ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବିଧାନସଭାରେ ଜାଲି ସାର୍ଟିଫିକେଟ ରାକେଟ ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି । ଜାଲ୍ ସାର୍ଟିଫିକେଟ ପଛରେ ବିଜେଡି ନେତା ସଂପୃକ୍ତ ଅଛନ୍ତି ବୋଲି ସେ କହିଛନ୍ତି । ଏପରିକି ରାଜ୍ୟରେ ଜାଲ୍ ସାର୍ଟିଫିକେଟ ହାସଲ କରି ହଜାର ହଜାର ପିଲା ଚାକିରୀ କରିଛନ୍ତି । ବିଧାନସଭାରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ବଲାଙ୍ଗୀରରେ ଏହି ରାକେଟ ସକ୍ରୀୟ ରହିଛି ଏବଂ ପୋଲିସ ମନୋଜ ମିଶ୍ର ଓ ଆଲୋକ ଉଦଗାତା ସମେତ 19 ଜଣଙ୍କୁ ଗିରଫ କରିଛି । ସାଲୁଜା ଅଭିଯୋଗ କରିଛନ୍ତି, ବିଜେଡି ଆଇଟି ସେଲରେ କାର୍ଯ୍ୟ କରୁଥିବା ନେତା ଏଥିରେ ସଂପୃକ୍ତ ରହିଥିବାରୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ବାଚସ୍ପତି ଦାବି କରିଛନ୍ତି ।
ଡାକ ବିଭାଗରେ ବହୁ ପିଲା ଏଭଳି ଫେକ୍ ସାର୍ଟିଫିକେଟ ଦେଇ ଚାକିରୀ ପାଇଥିବା ଅଭିଯୋଗ ହୋଇଛି । କେବଳ ବଲାଙ୍ଗୀର ନୁହେଁ, କନ୍ଧମାଳ ଓ କେନ୍ଦ୍ରାପଡାରେ ମଧ୍ୟ ଫେକ୍ ସାର୍ଟିଫିକେଟ ରାକେଟ ଚାଲିଥିବା ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here