ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ୨୮ ମାଓବାଦୀ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କ ନୂତନ ନକ୍ସଲ ପୁନର୍ବାସ ନୀତିର ପ୍ରଭାବରେ , ଆତ୍ମସମର୍ପଣ କରିଛନ୍ତି । ବସୁରର ଦଣ୍ଡକାରଣ୍ୟ ଅଞ୍ଚଳରେ ସକ୍ରିୟ ଥିବା ଏହି ମାଓବାଦୀମାନେ ସମ୍ବିଧାନର ପଥରେ ଆସିବାକୁ ଇଚ୍ଛା ପ୍ରକାଶ କରି ପୋଲିସଙ୍କ ନିକଟକୁ ଆସିଛନ୍ତି।ସେମାନଙ୍କ ନିକଟରେ INSAS ରାଇଫଲ୍, ଏକ SLR ଏବଂ ଏକ ରାଇଫଲ୍ ସମେତ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ଥିଲା। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ସକ୍ରିୟ ସଦସ୍ୟ ଥିଲେ। ବସ୍ତର ଆଇଜି ପି.ସୁନ୍ଦର ରାଜଙ୍କ ସମ୍ମୁଖରେ ସେମାନେ ସରେଣ୍ଡର କରିଛନ୍ତି । ସେମାନଙ୍କ ମଧ୍ୟରେ ୧୯ଜଣ ମହିଳା ମାଓବାଦୀ ରହିଛନ୍ତି । ସମସ୍ତଙ୍କ ନାଁରେ ୮୯ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଦିନରେ ସରକାରଙ୍କ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ସେମାନଙ୍କୁ ବସୋବାସ ବ୍ୟବସ୍ଥା ମଧ୍ୟ ଦିଆଯିବ। ଗତ ୫୦ ଦିନରେ ନାରାୟଣପୁର ଜିଲ୍ଲାରେ ୫୧୨ ଜଣ ନକ୍ସଲ ମୁଖ୍ୟ ଧାରାକୁ ଫେରିଛନ୍ତି। ବାକି ନକ୍ସଲମାନଙ୍କୁ ମଧ୍ୟ ଆତ୍ମସମର୍ପଣ କରିବାକୁ ଆହ୍ୱାନ କରିଛନ୍ତି ଆଇଜି ସୁନ୍ଦର ରାଜ୍ ।














