ଆକାଶକୁ ଅନୁଧ୍ୟାନ କରୁଥିବା ପ୍ରକୃତି ପ୍ରେମୀଙ୍କ ପାଇଁ ଖୁସି ଖବର । ଜୁନ୍ ୧୦ ଅର୍ଥାତ ସୋମବାର ରାତିରେ ସୌର ମଣ୍ଡଳରେ ଏକ ବିରଳ ଦୃଶ୍ୟ ଦେଖିବାର ସୁଯୋଗ ମିଳିବ । ସୌର ମଣ୍ଡଳର ସର୍ବ ବୃହତ ଗ୍ରହ ବୃହସ୍ପତ୍ତି ତଥା ଜୁପିଟରକୁ ଖାଲି ଆଖିରେ ଦେଖି ପାରିବା । ସୂର୍ଯ୍ୟାସ୍ତ ସମୟରେ ଠିକ୍ ସୂର୍ଯ୍ୟଙ୍କ ବିପରିତ ପୂର୍ବ ଦିଗରେ ବୃହସ୍ପତ୍ତି ଗ୍ରହଙ୍କୁ ଦେଖିବାକୁ ମିଳିବ । ଏବଂ କ୍ରମଶଃ ଏହା ଉପରକୁ ଉଠି ରାତିରେ ଆକାଶରେ ଦୃଶ୍ୟମାନ ହେବ । ଟେଲିସ୍କୋପ କିମ୍ବା ବାଇନୋକୁଲାର ମାଧ୍ୟମରେ ଦେଖିଲେ ଆମେ ବୃହସ୍ପତ୍ତି ଗ୍ରହର ଚର୍ତୁପାଶ୍ୱରେ ଥିବା ଚାରୋଟି ଚନ୍ଦ୍ର ଲୋ , ୟୁରପା, ଗାନ୍ୟମେଡ୍ ଓ କାଲିଷ୍ଟୋକକୁ ଦେଖିପାରିବା । ସୁପର ଜୁପିଟର କୁହାଯାଉଥିବା ଏହି ଦୃଶ୍ୟକୁ ଆମେ ଏହାକୁ ମଧ୍ୟ ରାତିରେ ଭଲ ଭାବେ ଦେଖିପାରିବା ବୋଲି ବୈଗ୍ୟାନିକ ମାନେ କହିଛନ୍ତି । ପ୍ରତି ୧୩ ମାସ ବ୍ୟବଧାନରେ ବୃହସ୍ପତ୍ତି ଗ୍ରହ ଦୃଶ୍ୟମାନ ହୁଏ । ଏହାପରେ ଜୁଲାଇ ୨୦୨୦ରେ ଏହା ଦେଖିବାକୁ ମିଳିବ । ବୃହସ୍ପତ୍ତି ଗ୍ରହ ପୃଥିବୀର ଆକାର ଠାରୁ ୧୧ ଗୁଣ ବଡ । ଏବଂ ଏହାର ୭୯ଟି ଚନ୍ଦ୍ରମା ରହିଛି ।

LEAVE A REPLY

Please enter your comment!
Please enter your name here