ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସାଙ୍କରା ଗାଁରେ ଅଗ୍ନିକାଣ୍ଡ । ଗ୍ୟାସ ଲିକ୍ ଯୋଗୁଁ ନିଆଁ ଲାଗି ଜୀଅନ୍ତା ଜଳିଗଲେ ନାବାଳକ । ରୋଷେଇ ଘରେ ଚା’ ତିଆରି କରୁଥିବାବେଳେ ହଠାତ୍ ଗ୍ୟାସ ଲିକ୍ ହୋଇ ନିଆଁ ଲାଗିଥିଲା । ନିଆଁରେ ଘରପୋଡି ଯିବା ସହ ୧୦ ବର୍ଷର ନାବାଳକ ବାବୁସାନ ଗୁଡୁରିଆ ନିଆଁରେ ଜୀଅନ୍ତା ଜଳିଯାଇଥିଲେ । ଆହତ ବାଳକକୁ ବିନିକା ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍‌ଟି ହୋଇଛି ।

LEAVE A REPLY

Please enter your comment!
Please enter your name here