ଦିଲ୍ଲୀର ଦ୍ୱାରକାରେ ଅଭାବନୀୟ ଘଟଣା । ଜଣେ ସ୍କୁଲ ଛାତ୍ରୀ ଉପରକୁ ଏସିଡ ମାଡ ହୋଇଛି । ଘଟଣା ସକାଳ ୯ରେ ଘଟିଛି । ଏସିଡ୍ ମାଡରେ ଆହତ ହୋଇଥିବା ସ୍କୁଲ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛାତ୍ରୀର ବୟସ ୧୭ ବର୍ଷ । । ଛାତ୍ରୀ ଜଣଙ୍କ ନିଜ ସାନ ଭଉଣୀ ସହ ସ୍କୁଲକୁ ବାହାରିଥିଲେ । ଯିବା ବାଟରେ ଦୁଇ ଜଣ ଯୁବକ ବାଇକରେ ଆସିଥିଲେ । ପଛରେ ବସିଥିବା ଯୁବକ ଛାତ୍ରଙ୍କ ଉପରକୁ ଏସିଡ ମାଡ କରିଥିଲେ । ଏହାପରେ ପାଖରେ ଥିବା ସାନ ଭଉଣୀ ଘରକୁ ଯାଇ ସୂଚନା ଦେଇଥିଲା । ଘରଲୋକେ ଦିଲ୍ଲୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଟିମ୍ ଖବର ପାଇ ହସ୍ପିଟାଲରେ ପହଁଞ୍ଚିଛନ୍ତି । ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି କିନ୍ତୁ ଦୁଇ ଆଖିରେ ଏସିଡ ମାଡ ହୋଇଥିବାରୁ ମୁହଁ ଜଳିଯାଇଛି ବୋଲି ପିଡୀତାଙ୍କ ବାପା କହିଛନ୍ତି । ପୋଲିସ ସିସିଟିଭ୍ ଚେକ୍ କରିବା ପରେ ଜଣେ ଅଭିଯୁକ୍ତକୁ ଅଟକ ରଖିଛି । ଅନ୍ୟଜଣେ ଫେରାର ରହିଛି । ତେବେ କିଏ କଣ ପାଇଁ ଏସିଡ ମାଡ କରିଛି ତାର ତଦନ୍ତ କରୁଛି ଦିଲ୍ଲୀ ପୋଲିସ ।