ସଜ୍ଜନ କୁମାରଙ୍କୁ ଆଜୀବନ କାରଦଣ୍ଡ । ଆଇନ ଆଖିରେ ଦୀର୍ଘ ଦିନ ହେଲା ଧୂଳି ଦେଇ ଆସୁଥିବା କଂଗ୍ରେସର ବରିଷ୍ଠ ନେତା ସଜ୍ଜନ କୁମାର ଶେଷରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୯୮୪ ମସିହାରେ ଦିଲ୍ଲୀ କ୍ୟାଣ୍ଟେନମେଣ୍ଟରେ ୫ ଜଣ ଶିଖଙ୍କୁ ହତ୍ୟା କରାଯାଇଥିଲା । ତେବେ ସଜ୍ଜନଙ୍କ ବିରେଧରେ ଥିଲା ହତ୍ୟା ଷଡ଼ଯନ୍ତ୍ରର ଅଭିଯୋଗ । ତାଙ୍କୁ ଡିସେମ୍ୱର ମାସ ୩୧ତାରିଖ ସୁଦ୍ଧା ଆତ୍ମସର୍ମପଣ କରିବା ପାଇଁ କୋର୍ଟ ନିର୍ଦ୍ଧେଶ ଦେଇଛି । ଏବଂ ସେ ସହର ଛାଡ଼ି ନଯିବାକୁ ମଧ୍ୟ ନିର୍ଦ୍ଧେଶ ରହିଛି । ଦେଶର ୩ଟି ବଡ ଜିଲ୍ଲାରେ କଂଗ୍ରେସ ନିଜର ଆଧିପତ୍ୟ ବିସ୍ତାର କରି ଖୁସି ମନାଉଥିବା ବେଳେ ଏହି ଖବର କଂଗ୍ରେସକୁ ଝଟକା ଦେଇଛି ।

LEAVE A REPLY

Please enter your comment!
Please enter your name here