କଂଗ୍ରେସ ଛାଡିଲେ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚାନ୍ଦ. ଏବେ କଂଗ୍ରେସ ଦଳ ସ୍ୱାର୍ଥବାଦୀ ହୋଇପଡିଛି ଏବଂ ଏଥିରେ ଆଉ ନୈତିକତା ନାହିଁ ବୋଲି. ଏହାଛଡା ନିରଞ୍ଜନ ବାବୁ ସଂପୂର୍ଣ୍ଣରୂପେ ଭୁଲ ସର୍ଭେ କରିଛନ୍ତି ଓ ଭୁଲ ନିଷ୍ପତ୍ତି ମଧ୍ୟ ନେଇଛନ୍ତି ବୋଲି ସେ କହିଛନ୍ତି. 1992 ମସିହାରୁ ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରିଆସୁଥିବା ଦେବୀଙ୍କୁ ଦଳ ଗୁରୁତ୍ୱ ଦେଉନାହିଁ ଏବଂ କଂଗ୍ରେସ ଆଉ ଲୋକଙ୍କ ଦଳ ହୋଇ ରହିନାହିଁ ବୋଲି ସେ କହିଛନ୍ତି. ନିଜର ଇସ୍ତଫା ପତ୍ରରେ ମଧ୍ୟ ସେ ଏହା ଉଲ୍ଲେଖ କରିଥିବା ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here