ବେରଜଗାରୀ, ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଆୟୋଜନ କରାଯାଇଥିଲା କମ୍ପନ ସମାବେଶ । ନବୀନ ନିବାସ ଘେରାଉ କରିବା ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ଶତାଧିକ କର୍ମୀ ଶୋଭାଯାତ୍ରାରେ ଯାଇଥିବା ବେଳେ ରାଜମହଲ ଛକ ନିକଟରେ ଅଟକାଇଥିଲା ପୋଲିସ । କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା । ବାରିକେଡ ଭାଙ୍ଗି ଛାତ୍ର କଂଗ୍ରେସ କର୍ମୀମାନେ ନବୀନ ନିବାସ ଅଭିମୁଖେ ଯାଉଥିବା ବେଳେ ପୋଲିସ ଶତାଧିକ କର୍ମୀଙ୍କୁ ଗିରଫ କରିଛି । ତେବେ ରାଜ୍ୟରେ ବେରୋଜଗାରି ରୋକିବାରେ ସରକାରଙ୍କ ବିଫଳତା ନେଇ କଂଗ୍ରେସ ସମାଲୋଚନା କରିବା ସହ ଏଭଳି ନବୀନ ନିବାସ ଘେରାଉ କାର୍ଯ୍ୟକ୍ରମ ବାରମ୍ବାର କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here