ପ୍ରତ୍ୟକ ପିଲାଙ୍କ ପ୍ରିୟ ଧାରାବାହିକ ଶକ୍ତିମାନ । ଶକ୍ତିମାନ ସୋ ଟିଭିରେ ଆସିବା ସମୟ ହେଲେ ଟିଭି ଆଗରୁ ଉଠୁନଥିଲେ ପିଲା । ଏକ ସମୟ ଥିଲା ଯେଉଁ ସମୟରେ ଶକ୍ତିମାନ ଧାରାବାହିକ ସାରା ଭାରତର ଟେଲିଭିଜନ ଜଗତରେ ଏକ ନୂତନ ଇତିହାସ ରଚିଥିଲା । ଶକ୍ତିମାନ ନାଁ ଶୁଣିଲେ ଆଖିଆଗକୁ ଚାଲିଆସେ ମୁକେଶ ଖାନ୍ନାଙ୍କ ପ୍ରତିଛବି । ଆଜି ହେଉଛି ମୁକେଶ ଖାନ୍ନାଙ୍କ ଜନ୍ମଦିନ । ୬୦ ବର୍ଷରେ ପାଦ ଥାପିଛନ୍ତି ଶକ୍ତିମାନ । ୧୯୫୮ ମସିହା ଆଜିର ଦିନରେ ମାୟାନଗରୀ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ମୁକେଶ ।
ମୁକେଶ କେବଳ ଶକ୍ତିମାନ ନୁହେଁ ଧାରାବାହିକ ମହାଭାରତରେ ପିତାମହ ଭିଷ୍ମଙ୍କ ଚରିତ୍ରରେ ଅଭିନୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କାରିପାରିଥିଲେ । କିନ୍ତୁ ଶକ୍ତିମାନ ଭୂମିକାରେ ଅଭିନୟ ତାଙ୍କୁ ବହୁ ଲୋକପ୍ରିୟ କରାଇଥିଲା । ମୁକେଶ ଖାନ୍ନା ମର୍ଯ୍ୟାଦା ,ବ୍ରହ୍ମା,ଯୁଗ , ଚନ୍ଦ୍ରକାନ୍ତା ,ଏହେସାସ ଭଳି ଧାରାବାହିକରେ ମଧ୍ୟ ଅଭିନୟ କରି ଦର୍ଶକ ମାନଙ୍କ ମଧ୍ୟରେ ତାଙ୍କର ଏକ ଛାପ ଛାଡିଛନ୍ତି । ବର୍ତମାନ ମୁକେଶ ଅଭିନୟରୁ ଦୂରରେ ଅଛନ୍ତି କିନ୍ତୁ ଯଥାଶିଘ୍ର ସେ ପୁଣି ଥରେ ଶକ୍ତିମାନ ବନନ୍ତୁ ଏବଂ ଶିଶୁ ମାନଙ୍କୁ ମନୋରଞ୍ଜନର ଏକ ଖୁରାକ ଯୋଗାନ୍ତୁ ବୋଲି ଅନେକ ଆଶା ବାନ୍ଧି ବସିଛନ୍ତି ।

LEAVE A REPLY

Please enter your comment!
Please enter your name here