ହିନ୍ଦୀ ଜଗତର ପ୍ରସିଦ୍ଧ ସାହିତ୍ୟକାର ନାମବର ସିଂହଙ୍କ ପରଲୋକ ହୋଇଛି. ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀ ଏମସ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି. ଗତ ଏକମାସ ଧରି ତାଙ୍କୁ ଏମସର ଟ୍ରାମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା. ବ୍ରେନ ହାମରେଜ କାରଣରୁ ସେ ଲାଇଫ ସପୋର୍ଟ ସିଷ୍ଟମରେ ଥିଲେ. 92 ବର୍ଷୀୟ ନାମବର ସିଂହଙ୍କୁ ଡାକ୍ତର ଭଲ କରିବା ପାଇଁ ବହୁତ ଚେଷ୍ଟା କରିଥିଲେ. ଏହାପୂର୍ବରୁ ଜାନୁୟାରୀ ମାସରେ ତାଙ୍କ ଦେହ ଖରାପ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା. କିଛି ଦିନ ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ. ଖବର ଅନୁସାରେ, ନାମବର ନିଜ ଘରେ ପଡିଯାଇଥିଲେ. ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା. ତେବେ ବୁଧବାର ଅର୍ଥାତ ଆଜି ଦିଲ୍ଲୀର ଲୋଧିଘାଟରେ ନାମବରଙ୍କ ଅନ୍ତିମ ସଂସ୍କାର କରାଯିବ. ନାମବରଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି

LEAVE A REPLY

Please enter your comment!
Please enter your name here