ସ୍ପଷ୍ଟ ଦିବାଲୋକରେ ଖୋଲାଖୋଲି ଗୁଳିଚାଳନା । ଦିଲ୍ଲୀର ଜାମିଆ ବିଶ୍ୱବିଦ୍ୟାଳୟ ନିକଟରେ ଗୁଳିକାଣ୍ଡ । ଜଣେ ଦୁର୍ବତ୍ତ ଗୁଳିମାଡ କରିଥିବା ସୁଚନା । ଗୁଳିମାଡରେ ଜଣେ ଆହତ ହୋଇଛନ୍ତି । ପୋଲିସ ଦୁବୁର୍ତ୍ତକୁୂ ଅଟକ ରଖିଛି । ଖୋଲା ଖୋଲି ଜଣେ ଯୁବକ ବନ୍ଧୁକ ଦେଖାଉଥିବା ଓ ଗୁଳି ଚଳାଉଥିବାର ଭିଡିଓ କ୍ୟାମେରାରେ କଏଦ ହୋଇଛି । ମହତ୍ମାଗାନ୍ଧୀଙ୍କ ପୂଣ୍ୟ ତିଥିରେ ସିଏଏ ଏବଂ ଏନଆରସି ବିରୋଧରେ ବିଶ୍ୱବିଦ୍ୟାଳୟରେ ଛାତ୍ର ମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା ହେବାର ଥିଲା କିନ୍ତୁ ଏହା ଆରମ୍ଭ ହେବା ପୂର୍ବରୁ ପୁଲିସ ଉପସ୍ଥିତିରେ ଦିବାଲୋକରେ ଗୁଳିମାଡ ହୋଇଛି । ଯୁବକ ଜଣକ ଏ ନିଅ ଆଜାଦି କହି ସିଏଏ ବିରୋଧୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ଜଣେ ଛାତ୍ର ଆହତ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here