ଦିନକୁ ଦିନ ଭୁସୁଡ଼ିବାରେ ଲାଗିଛି ମାଓ ସଙ୍ଗଠନ । ସରକାରଙ୍କ ମାଓଦମନ ନୀତିରେ ଜଣକ ପରେ ଜଣେ ଟପ୍ ମାଓ ନେତା ଓ ସେମାନଙ୍କ ସାଥୀମାନେ ଆତ୍ମସମର୍ପଣ କରୁଛନ୍ତି। କିଛଦିନ ପୂର୍ବେ କୋରାପୁଟ ମାଓମୁକ୍ତ ହେବା ପରେ ଏବେ ରାୟଗଡ଼ା ଜିଲ୍ଲା ମଧ୍ୟ ହେଲା ମାଓମୁକ୍ତ । ଆଜି ଆତ୍ମସମର୍ପଣ କରିଛନ୍ତି କୁଖ୍ୟାତ ମାଓନେତା ଇନ୍ଦୁଙ୍କ ଓ ନିଖିଲଙ୍କ ସମେତ ୧୫ ହାର୍ଡକୋର ମାଓବାଦୀ। ଆଜି ବାସଧାରା ଘୁମୁସର ନାଗାବଳି ଡିଭିଜନର ମୋଟ ୧୫ଜଣ ମାଓ କ୍ୟାଡର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ଏନେଇ ଏଡିଜି ଆଣ୍ଟି ନକ୍ସଲ ଅପରେସନ ସଂଜୀବ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମାଓ ଦମ୍ପତି ନିଖିଲ ଓ ଇନ୍ଦୁଙ୍କ ପିଛା ଏକ କୋଟି ୯୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା।ମୁଖ୍ୟ ସ୍ରୋତରେ ସାମିଲ ହେବା ପରେ ଆତ୍ମସମର୍ପଣକାରୀଙ୍କୁ ସମସ୍ତ ସରକାରୀ ସୁବିଧା ମିଳିବ। ସେମାନଙ୍କ ନିକଟରୁ ୧୪ଟି ବନ୍ଧୁକ, ୫ ଏସଏଲଆର୍ , ୧ ଷ୍ଟେନଗନ୍,୧ ଇନସାସ୍ ରାଇଫଲ ଓ ୨ଟି Ak 47ସହ ଗୁଳି ଜବତ ହୋଇଛି । ଏହି ମାଓବାଦୀ ନିୟମଗିରି ପାଦଦେଶରେ ରହି ବାଘୁନା ଡିଭିଜନକୁ ପରିଚାଳନା କରୁଥିଲେ। ଆତ୍ମସମର୍ପଣ କରିବା ପରେ, ସେମାନେ ଅଗକୁ ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ କାମ କରିବେ ବୋଲି କହିଛନ୍ତି।














