ରାଜକନିକାରେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ । ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ପାଇଁ ହେଉଥିବା ମେଗା ଜଳ ପ୍ରକଳ୍ପକୁ ଜୋରଦାର ବିରୋଧ । ପ୍ରଶାସନ ପକ୍ଷରୁ ଧାରା ୧୪୪ ଲାଗିଥିଲେ ମଧ୍ୟ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୂରା ଅଞ୍ଚଳକୁ ପୋଲିସ ଛାଉଣୀରେ ପରିଣତ କରାଯାଇଥିଲା । କିନ୍ତୁ ଆଜି ପୁଣିଥରେ କାମ ଆରମ୍ଭ ହେବାରୁ ରାସ୍ତାକୁ ଅବରୋଧ କରିବା ସହ ପ୍ରତିବାଦ କରାଯାଇଥିଲା । ଆଉ ପୋଲିସ ଅଟକାଇବାରୁ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଜନତା । ପୋଲିସର ବ୍ୟାରିକେଡକୁ ଭାଙ୍ଗିବା ସହ ଧସ୍ତାଧସ୍ତି ହୋଇଥିଲା । ଆନ୍ଦୋଳନରେ ଶହ ଶହ ମହିଳା, ଯୁବକ ମାନେ ସାମିଲ ହୋଇଛନ୍ତି । ରକ୍ତ ଦେବୁ ପଛେ ପାଣି ଦେବୁନି ନାରା ଦେଇ ପ୍ରକଳ୍ପ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଏପରିକି ଏହି ପ୍ରକଳ୍ପ ହେଲେ ଲୁଣା ପାଣି ମାଡି ଆସିବ ବୋଲି ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ଓ ବଡ ବଡ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି ।ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ । ମେଗା ଜଳ ପ୍ରକଳ୍ପର କାମକୁ ବିରୋଧ କରି କଟକ-ଚାନ୍ଦବାଲି ରାସ୍ତାକୁ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ । କାମ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ଖରସ୍ରୋତା ସଂଗ୍ରାମ ସମିତି । ଗୋଟିଏ ପଟେ ପ୍ରକଳ୍ପ କାମ ଚାଲିଥିବା ବେଳେ ଅନ୍ୟପଟେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here