ସମସ୍ଥ ନିର୍ବାଚନ ଶେଷ ହୋଇଥିବା ବେଳେ ବାକି ରହିଛି ପାଟକୁରା ନିର୍ବାଚନ । ପାଟକୁରା ନିର୍ବାଚନକୁ ଆଉ ମାତ୍ର ୧୦ ଦିନ ରହିଛି । ପାଟକୁରାରେ ବିଜୟ ବାନା ଉଡାଇବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ପ୍ରଚାର କରିବେ । ନବୀନଙ୍କ ଲୋକପ୍ରିୟତା ଆଧାରରେ ପୁଣି ଥରେ ପାଟକୁରା ଲୋକଙ୍କ ମନ ଜିତିବା ପାଇଁ ନବୀନ ପଟ୍ଟନାୟକ ଚେଷ୍ଟା ଚଲାଇଛନ୍ତି । ଏବେଠାରୁ ବିଜେଡିର ବିଧାୟକ ,ମନ୍ତ୍ରୀ ଓ କିଛି ଟାଣୁଆ ନେତା ପାଟକୁରାରେ ଡେରା ଜମେଇଛନ୍ତି । ତେବେ ଲୋକଙ୍କ ମନ ଜିତିବା ପାଇଁ ଜୋର ଦାର କସରତ୍ ଚାଲିଛି । ଦଳର ତୁଙ୍ଗ ନେତାମାନଙ୍କୁ ବିଭିନ୍ନ ପଞ୍ଚାୟତ ଦାୟିତ୍ୱ ଦିଆଯାଇଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ନିର୍ବାଚନର ପ୍ରତିଟି ଘଟଣା ଉପରେ ନଜର ରଖିଛନ୍ତି । ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ରୋଡ ସୋ’ କରିବେ ମୁଖ୍ୟମନ୍ତ୍ରୀ । ତେବେ ଗତ ବର୍ଷ ବିଜେଡି ବିଜୟ ବାନା ଉଡାଇ ଥିବାବେଳେ ଏହି ବର୍ଷ ମଧ୍ୟ ବିଜୟ ବାନା ଉଡେଇବେ ବୋଲି ନବୀନ ପଟ୍ଟନାୟକ ଆଶାରଖିଛନ୍ତି ।

LEAVE A REPLY

Please enter your comment!
Please enter your name here