ସମ୍ବଲପୁର : ଗତ ଦୁଇ ଦିନ ହେବ ରାଜ୍ୟରେ ଜୋରଦାର ଚାଲିଛି I ଟ୍ରାଫିକ ଧରପଗଡ ଆଜି ତୃତୀୟ ଦିନରେ ମଧ୍ୟ ଜାରି ରହିଛି ଏହି ଧରପଗଡ I ସମ୍ବଲପୁରରେ ଦେଖିବାକୁ ମିଳିଛି କଡା କଡି ଟ୍ରାଫିକ ଚେକିଂ I ଆଜି ସମ୍ବଲପୁରରେ ଗୋଟିଏ ଅଟୋକୁ 30ହଜାର 500ଟଙ୍କାର ଚାଲାଣ କଟାଯାଇଛି I ବିନା ପଞ୍ଜିକରଣ ଓ ଡିଏଲ ପାଇଁ 5ହଜାର ଟଙ୍କା ଲେଖାଏଁ ଜରିମାନା, ସାଧାରଣ ନିୟମ ଉଲ୍ଲଂଘନ ପାଇଁ 5ଶହ ଟଙ୍କା, ଓଭରଲୋଡିଂ ପାଇଁ 20ହଜାର ଟଙ୍କାର ଚାଲାଣ କଟିଥିବା ସୂଚନା ମିଳିଛି I ସେହିପରି ସମ୍ବଲପୁରରେ ଡିଜେ ଗାଡି ଓ ଭ୍ୟାନକୁ 40ହଜାର500 ଜରିମାନା ରାଶି କଟାଯାଇଛି I ଡିଜେ ଗାଡିକୁ 20ହଜାର ଓ ଭ୍ୟାନକୁ 20ହଜାର 500 ଜରିମାନା I ଲକ୍ଷ୍ମୀଟକିଜ ଛକରେ ପୋଲିସ ଓ ପରିବହନ କର୍ମଚାରୀଙ୍କ ଦ୍ୱାରା ଫାଇନ କଟାଯାଇଛି I ଭ୍ୟାନରେ ଲୁହାଖଣ୍ଡ ଓ ପାଇପ ଯାଉଥିବାରୁ ଫାଇନ ହୋଇଥିବା RTOଙ୍କ ପକ୍ଷରୁ ସୂଚନା ମିଳିଛି I

LEAVE A REPLY

Please enter your comment!
Please enter your name here