ଏଣିକି ପ୍ରତ୍ୟେକ ଶନିବାର ଏବଂ ରବିବାର ଦୁଇଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ସାଧାରଣ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ । ଆସନ୍ତା ୨୪ ତାରିଖ ଠାରୁ ଲାଗୁ ହେବ ଏହି କଟକଣା । କରୋନା ସଙ୍କ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ମହାମାରୀ ପାଇଁ ଆଗରୁ କେବଳ ପ୍ରତ୍ୟେକ ରବିବାର ଦିନ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହୁଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧକ୍ଷ୍ୟତାରେ ଆଜି ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଭର୍ଚୁଆଲ ବୈଠକରେ ଜିଲ୍ଲାପାଳ, ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସପିଙ୍କ ସହ ବିଭିନ୍ନ ସେବାୟତ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here