ଆସନ୍ତା 13 ତାରିଖରେ ବାଲେଶ୍ୱର ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ. ଗସ୍ତ ସମୟରେ ନବୀନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ. ଏ ନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା. 13 ତାରିଖ ବାଲେଶ୍ୱରରେ ପହଞ୍ଚିବା ପରେ ଦିନ 12ଟା 15 ମିନିଟରେ ମୁଖ୍ୟମନ୍ତ୍ରୀ ତାଳସାରି ବେଳାଭୂମି ମହୋତ୍ସବ ଉଦଘାଟନ କରିବେ. ଏହାସହ ସୁବର୍ଣ୍ଣରେଖା ବନ୍ଦରର ଶିଳାନ୍ୟାସ ସହ ଦିନ 2ଟା 15ରେ ବାଲେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଉତ୍ତର ଓଡିଶା ବିଜୁ ଯୁବ ବାହିନୀ ସମାବେଶରେ ମଧ୍ୟ ଯୋଗ ଦେବେ ମୁଖ୍ୟମନ୍ତ୍ରୀ. ଅନ୍ୟପଟେ 1240 କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ସହ ପ୍ରସ୍ତାବିତ ରିଂ ରୋଡର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି. ଏହାଛଡା ଅନେକ ଜନହିତକର ପ୍ରକଳ୍ପର ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି.

LEAVE A REPLY

Please enter your comment!
Please enter your name here