ସରକାରୀ ବିଜ୍ଞାପନ ଆଳରେ ନିଜ ଦଳର ପ୍ରଚାର କରୁଛି ଆମ୍ ଆଦମୀ ପାର୍ଟି । ଏଥିପାଇଁ ସରକାର ଖର୍ଚ୍ଚ କରିଥିବା 163.62 କୋଟି ଟଙ୍କା ଫେରାଇବାକୁ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ନୋଟିସ ଜାରି କରିଛି ସୂଚନା ଓ ପ୍ରସାର ନିର୍ଦ୍ଦେଶାଳୟ ଡିଆଇପି । ଦଶଦିନ ଭିତରେ ଏହି ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଜ୍ଞାପୱ ନାଁରେ ସରକାରୀ ଅର୍ଥର ଦୁରୁପଯୋଗ ହୋଇଥିବା ନେଇ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନା ଅଭିଯୋଗ କରିଥିଲେ । ଉପରାଜ୍ୟପାଳ ଏ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି କ୍ଷମତାସୀନ ଆମ ଆଦମୀ ପାର୍ଟି ନିକଟରୁ ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯଦି ନିର୍ଦ୍ଦିଷ୍ଟ ସମୟ ଭିତରେ ଆପ୍ ଟଙ୍କା ପଇଠ ନ କରେ, ତେବେ ଦଳ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଉପରାଜ୍ୟପାଳ କହିଛନ୍ତି ।

ଅନ୍ୟପକ୍ଷରେ ଆପ୍ କହିଛି, କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବ୍ୟୁରୋକ୍ରାଟଙ୍କ ଉପରେ ଚାପ ପକାଇ ଏଭଳି ନୋଟିସ ପଠାଇଛି ।

LEAVE A REPLY

Please enter your comment!
Please enter your name here