ଚଳିତ ବର୍ଷ ରଥଯାତ୍ରାକୁ ସମ୍ପୂର୍ଣ୍ଣ ରୁପେ ବନ୍ଦ କରିବାକୁ ଗତକାଲି ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ । କିନ୍ତୁ ଏହା ପରେ ଜଗନ୍ନାଥ ପ୍ରେମୀଙ୍କ ମନରେ ଗଭୀର ଆଘାତ ଲାଗିଥିଲା । ସବୁଆଡେ ଏହାକୁ ନେଇ ଲାଗି ରହିଛି ଚର୍ଚ୍ଚା । ଯଦି ରଥଯାତ୍ରାକୁ ବନ୍ଦ କରିବାର ଥିଲା ତାହଲେ ରଥ ଗଢିବାକୁ କାହିଁକି ଅନୁମତି ଦେଉଥିଲେ ସରକାର । ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଥିଲା । ରଥ ଗଢା ସରିବାପରେ ରଥଯାତ୍ରା ବନ୍ଦ ବିଶ୍ୱ ଇତିହାସରେ ପ୍ରଥମ ବୋଲି ବୁଦ୍ଧିଜିବୀ ମତ ଦେଇଛନ୍ତି । ତେବେ ଏନେଇ ଗଭୀର ଜନ ଅସନ୍ତୋଷ ଦେଖାଯିବା ପରେ ଆଇନ୍‌ଜିବୀ ଅଫତାବ ହୁସେନ ଏହି ରାୟ ଉପରେ ମୋଡିଫିକେସନ ପିଟିସନ ଦାୟର କରିଛନ୍ତି । ଏହି ରାୟ ଉପରେ ପୁନର୍ବିଚାର କାରଯାଇ ପୁରୀରେ ସଟ୍‌ଡାଉନ ଜାରି କରି ରଥଯାତ୍ରା କରବା ପାଇଁ ପିଟିସନ୍‌ରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here