breaking news tv concept backdrop banner

ରାଜ୍ୟରେ ୨୯୪୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୯୪୯ରୁ କ୍ୱାରେଣ୍ଟିନରୁ ୧୮୨୬ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୧୨୩ । ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୮୧ ହଜାର ୪୭୯କୁ ବୃଦ୍ଧି ହୋଇଛି । ତେବେ ଆଜି ଖୋର୍ଦ୍ଧାକୁ ଟପି କଟକରେ ସର୍ବାଧିକ ୫୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୪୭୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୧୭୯, ଯାଜପୁର-୨୧୫, ବାଲେଶ୍ୱର-୮୮, ବରଗଡ-୬୨, ଭଦ୍ରକ-୬୬, ବଲାଙ୍ଗୀର-୫୭, ବୌଦ୍ଧ-୩, ଦେଓଗଡ-୨, ଢେଙ୍କାନାଳ-୧୩, ଗଜପତି-୩, ଜଗତସିଂହପୁର-୫୧, ଝାରସୁଗୁଡା-୨୦, କଳାହାଣ୍ଡି-୩୦, କନ୍ଧମାଳ-୩୪, କେନ୍ଦ୍ରାପଡା-୫୬, କେନ୍ଦୁଝର-୩୦, କୋରାପୁଟ-୧୮୧, ମାଲକାନଗିରିରୁ ୧୭୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜ-୧୫୬, ନବରଙ୍ଗପୁର-୨୬, ନୟାଗଡ-୯୩, ନୂଆପଡା-୨, ପୁରୀ-୮୬, ରାୟଗଡା-୧୪୩, ସମ୍ବଲପୁର-୧୦୪, ସୋନପୁର-୨୬, ସୁନ୍ଦରଗଡରୁ ୮୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନାରୁ ସୁସ୍ଥ ହେଲେଣି ୫୪, ୪୦୫ । ଆକ୍ଟିଭ୍ କେସ୍ ରହିଛି ୨୬,୬୦୨ ।
ସେହିପରି ରାଜ୍ୟରେ କରୋନାରେ ଆଖି ବୁଜିଛନ୍ତି ୧୦ ଜଣ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ହୋଇଛି । ସୁନ୍ଦରଗଡରୁ ୨, କଟକ, ନୟାଗଡ ଓ ରାୟଗଡାରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ଗଞ୍ଜାମର ୪ ମୃତକ ୭୦, ୬୩ ଓ ୬୦ ବର୍ଷୀୟ ପୁରୁଷ । ଗଞ୍ଜାମର ଆଉ ଜଣେ ୬୮ ବର୍ଷୀୟ ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଛି । ସୁନ୍ଦରଗଡର ୨ ମୃତକ ୬୫ ଓ ୬୭ ବର୍ଷୀୟ ପୁରୁଷ । ରାୟଗଡାର ୫୫, ନୟାଗଡର-୬୫, କଟକର-୬୫ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୧୯କୁ ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here