ଓଡ଼ିଶା ପୋଲିସ ସବ୍‌-ଇନ୍ସପେକ୍ଟର ନିଯୁକ୍ତିରେ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ସିଆର୍‌ପି ଛକରେ ଥିବା ‘ବଣିକ’ କୋଚିଂ ସେଣ୍ଟରରେ ଚଢ଼ାଉ କରିଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର ବେହେରା କହିଛନ୍ତି ଯେ, ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ କିଛି ଛାତ୍ର ‘ବଣିକ’ କୋଚିଂ ସେଣ୍ଟର ସହ ସମ୍ପୃକ୍ତ ଥିବା ତଥ୍ୟ ମିଳିଛି।ଡିଏସ୍‌ପି ବେହେରା କହିଛନ୍ତି, “ଆମେ ସୂଚନା ପାଇଛୁ ଯେ ‘ବଣିକ’ କିଛି ପରୀକ୍ଷାର୍ଥୀଙ୍କୁ ପଠାଇଥିଲା। କେତେ ପରୀକ୍ଷାର୍ଥୀ ଏହି ସେଣ୍ଟର ସହ ଜଡ଼ିତ ଥିଲେ, ତାହା ଅନୁସନ୍ଧାନ ପରେ ସ୍ପଷ୍ଟ ହେବ।” କ୍ରାଇମବ୍ରାଞ୍ଚ ଅଧିକାରୀମାନେ ‘ବଣିକ’ର ଗତ ୫ ବର୍ଷର ରେକର୍ଡ ଯାଞ୍ଚ କରୁଛନ୍ତି ଏବଂ ଏହି ଘୋଟାଲାରେ ସେଣ୍ଟରର ଭୂମିକା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି। ଏହି ଘୋଟାଲା ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ବଣିକ କୋଚିଂ ସେଣ୍ଟର ପକ୍ଷରୁ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି କର୍ମଚାରୀ । କର୍ମଚାରୀମାନେ କହିଛନ୍ତି, “ଆମେ କେବଳ ଛାତ୍ରମାନଙ୍କୁ ପାଠ ପଢ଼ାଉଛୁ, ବାହାରେ କିଏ କ’ଣ କରୁଛନ୍ତି ତାହା ସହ ଆମର କୌଣସି ସମ୍ପର୍କ ନାହିଁ। ଆମେ କ୍ରାଇମବ୍ରାଞ୍ଚ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରୁଛୁ।”

LEAVE A REPLY

Please enter your comment!
Please enter your name here