ଚଢେଇ ଧରିବାକୁ ଯାଇ ଟ୍ରାନ୍ସଫର୍ମରରେ ଲାଗି ଜୀଅନ୍ତା ଜଳିଗଲେ୭ ବର୍ଷର ବାଳକ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ପାଟଣାଗୁଡ଼ା ଗାଁରେ ଘଟିଛି ଏହି ଅଘଟଣ । ମୃତ ବାଳକ ହେଲେ ରାଜେନ୍ଦ୍ର ସିସା । ସୂଚନା ଅନୁଯାୟୀ, ସେ ଆଜି ସକାଳେ ତାଙ୍କ ସାଙ୍ଗମାନଙ୍କ ସହ ଖେଳୁଥିଲେ। ଏହି ସମୟରେ ସେ ଏକ ଚଢ଼େଇକୁ ଦେଖିଥିଲେ। ଚଢ଼େଇଟିକୁ ଧରିବା ପାଇଁ ସେ ତା’ ପଛେ ପଛେ ଦୌଡ଼ି ଥିଲେ। ଚଢ଼େଇଟି ଉଡ଼ି ଯାଇ ଏକ ଟ୍ରାନ୍ସଫର୍ମର ଉପରେ ବସିଥିଲା । ରାଜେନ୍ଦ୍ର ଚଢ଼େଇଟିକୁ ଧରିବା ପାଇଁ ଟ୍ରାନ୍ସଫର୍ମର ଉପରକୁ ଚଢ଼ି ଯାଇଥିଲେ ଓ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍ ଓ ବିଦ୍ୟୁତ୍ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଇ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here