ଭୁବନେଶ୍ୱରସ୍ଥିତ ଏମସ ହସ୍ପିଟାଲରେ ଶନିବାର ରାତି ପ୍ରାୟ 12 ଟା ସମୟରେ ଏକ ବଡ ଧରଣର ଦୁର୍ଘଟଣା ଘଟିଯାଇଛି. 32 ବର୍ଷର ସତ୍ୟଜିତ ମହାନ୍ତି ନାମକ ଜଣେ ବ୍ୟକ୍ତି ହସ୍ପିଟାଲର 6 ମହଲାରୁ ଖସି ମୃତ୍ୟୁବରଣ କରିଛନ୍ତି. ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାର ଜାକରା ଅଞ୍ଚଳରେ ବାସ କରୁଥିବା ସତ୍ୟଜିତ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ. ଜାନୁୟାରୀ 17 ତାରିଖରେ ପରିବାର ଲୋକେ ତାଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ. ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା. 4 ଦିନ ଧରି ତାଙ୍କୁ ଆଇସିୟୁରେ ରହିବା ପରେ ତାଙ୍କ ଶରୀରରେ ଟିକେ ସୁଧାର ଆସିଥିଲା ଓ ସେ ବାହାରକୁ ଯିବା ପାଇଁ ଜିଦ ଧରି ବସିଥିଲେ. ପରବର୍ତ୍ତୀ ସମୟରେ ଝରକା କାଚ ଭାଙ୍ଗି ସେ 6 ମହଲାରୁ ତଳେ ପଡିଯାଇଥିଲେ ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା. ତେବେ ସେ କିପରି ତଳେ ପଡିଲେ ଏବଂ କେଉଁ କାରଣ ପାଇଁ ଏପରି ହେଲା ତାର କାରଣ ଏ ଯାଏଁ ଜଣାପଡିନାହିଁ.

LEAVE A REPLY

Please enter your comment!
Please enter your name here