ପୋଲିସ ସମ୍ମୁଖରେ ଜଣେ ଲୋକଙ୍କୁ ନିସ୍ତୁକ ମାଡ ସହିତ ଅସଭ୍ୟ ଭାଷାରେ କରାଯାଉଛି ଗାଳିଗୁଲଜ । ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ସୋସିଆଲ ମିଡିଆରେ । ଫେସବୁକରୁ ଆରମ୍ଭ କରି ହ୍ୱାଟସପ ରୁ ହ୍ୱାଟସପ ଘୁରି ବୁଲୁଛି ଏହି ଭିଡିଓ । ହାତରେ ଏକ ମୋଟା ପ୍ଲାଷ୍ଟିକ ପାଇପ ଧରି ଲୋକଟିକୁ କିଭଳି ନିସ୍ତୁକ ମାଡ ମରାଯାଉଛି ତା ସହିତ ମନଇଚ୍ଛା ଅସଭ୍ୟ ଭାଷାରେ ଗାଳି ଗୁଲଜ କରାଯାଉଛି । ଆଉ ଏସବୁକୁ ଦେଖୁଛନ୍ତି ଦୁଇ ଜଣ ପୋଲିସ ପୋଷାକ ପିନ୍ଧିଥିବା ପୋଲିସ କର୍ମଚାରୀ । ଅନ୍ୟ ପାଖରେ ରହିଛି ପିସିଆର ଭ୍ୟାନ । ପିସିଆର ଭ୍ୟାନକୁ ଦେଖିଲେ ଜଣାପଡୁଛି ଘଟଣାଟି ନିଶ୍ଚିନ୍ତ ବୌଦ୍ଧ ଜିଲ୍ଲାର । କେଉଁ ବ୍ୟକ୍ତିଙ୍କୁ ଏଭଳି ମାଡ ମରାଯାଉଛି ତାର ପରିଚୟ କଣ ସେ କେଉଁ ଦୋଷ କରିଛନ୍ତି ଏକଥା ଜଣାନାହିଁ । କିନ୍ତୁ ଏକଥା ସତ ଯେ ବୌଦ୍ଧ ପିସିଆର ଭ୍ୟାନ ସମ୍ମୁଖରେ ଜଣେ କଳା ରଙ୍ଗର ବ୍ୟାନିଅନ ପିନ୍ଧିଥିବା ବ୍ୟକ୍ତି ନିସ୍ତୁକ ମାଡ ମାରୁଛନ୍ତି । ଏଭଳି ମାଡ ମାରୁଥିବା ବେଳେ ପୋଲିସ କାହିଁକି ଅଟକାଇଲା ନାହିଁ । କାରଣ ମାଡ ମାରୁଥିବା ବ୍ୟକ୍ତି ଜଣଙ୍କ ଆଉ କେହି ନୁହଁନ୍ତି ପିସିଆର ଭ୍ୟାନରେ ଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଜଣେ କର୍ମଚାରୀ ବୋଲି ଜଣାପଡିଛି । ତେବେ ଏବେ ପ୍ରଶ୍ନ ଉଠିଛି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ମାଡ ମାରିବାକୁ ତାଙ୍କୁ ଅଧିକାର ଦେଲା କିଏ ? ଏହି ଘଟଣାଟି ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ଏହା କେବେକାର ଭିଡିଓ ଏବଂ ମାଡ ମାରୁଥିବା ବ୍ୟକ୍ତି ଓ ମାଡ ଖାଉଥିବା ବ୍ୟକ୍ତି କେଉଁ ସ୍ଥାନର ତାଙ୍କ ପରିଚୟ ମିଳିପାରିନି । ଏହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here