ମାର୍ଚ୍ଚ 8 ତାରିଖରେ ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ. ଖାଲି ରାହୁଲ ନୁହେଁ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଧ୍ୟ ଓଡିଶା ଆସୁଛନ୍ତି. ଓଡିଶାରେ ଆୟୋଜିତ ଦୁଇଟି ବିଶାଳ ସମାବେଶରେ ଯୋଗ ଦେବା ପାଇଁ ଓଡିଶା ଆସୁଛନ୍ତି ରାହୁଲ. ପ୍ରଥମେ କୋରାପୁଟ ଜିଲ୍ଲାର ଜୟପୁରରେ ଆୟୋଜିତ ବିଶାଳ ସମାବେଶରେ ଯୋଗ ଦେବେ ରାହୁଲ ଏବଂ ପରେ ବରଗଡରେ ଆୟୋଜିତ ସମାବେଶରେ ଯୋଗ ଦେବେ. ଏ ନେଇ ସୂଚନା ଦେଇଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ. ଗତ 2 ମାସ ମଧ୍ୟରେ ରାହୁଲ ଦୁଇ ଥର ଓଡିଶା ଗସ୍ତ କରି ସାରିଲଣି. ତେବେ ଆଗକୁ ନିର୍ବାଚନ ଥିବାରୁ ହେଭି ୱେଟ ନେତାଙ୍କ ଓଡିଶା ଗସ୍ତ ଜନତାଙ୍କ ଉପରେ କି ପ୍ରକାର ପ୍ରଭାବ ପକାଉଛି ଏବେ ତାହା ଦେଖିବାକୁ ବାକି ରହିଲା.

LEAVE A REPLY

Please enter your comment!
Please enter your name here