ବନ ବିଭାଗ ଅବହେଳାରୁ ପ୍ରାଣ ହରାଇଲା ଦନ୍ତା. ଗତମାସ 2 ତାରିଖରେ କାମାକ୍ଷାନଗର ରେଞ୍ଜରେ ଧରାପଡିଥିଲା 45 ବର୍ଷୀୟ ଦନ୍ତା. ବନ ବିଭାଗ ଦେଖିବା ବେଳେକୁ ଦନ୍ତାର ଦୁଇ ଗୋଡରେ ଗଭୀର କ୍ଷତ ଯୋଗୁ ସେ ଚାଲି ପାରୁ ନଥିଲା. ମାତ୍ର କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲା ସୀମା ହୋଇଥିବାରୁ ଢେଙ୍କାନାଳ ବନବିଭାଗ ହାତୀର ଚିକିତ୍ସା ପାଇଁ ପଦକ୍ଷେପ ନେଇ ନଥିଲେ. ଏସଂପର୍କିତ ଖବର ପ୍ରକାଶ ପାଇବା ପରେ ବିଳମ୍ବରେ ଢେଙ୍କାନାଳ ବନ ବିଭାଗ ଦନ୍ତାର ଚିକିତ୍ସା ଆରମ୍ଭ କରିଥିଲେ. ଶିମିଳିପାଳର ବିଶେଷଜ୍ଞ ଟିମ୍ ବି ଚିକିତ୍ସା କରୁଥିଲେ. ମାତ୍ର ଆଜି ସକାଳେ ଦନ୍ତାର ମୃତ୍ୟୁ ଘଟିଛି.

LEAVE A REPLY

Please enter your comment!
Please enter your name here