IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଚଞ୍ଚଲ ରଣାଙ୍କୁ ବିଡିଏ ଉପାଧ୍ୟକ୍ଷ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ସେ ଏବେ ବିଏମ୍ସି କମିସନର ଦାୟିତ୍ୱରେ ବି ଅଛନ୍ତି । ସେହିଭଳି ଏନ୍ ଥିରୁମାଲା ନାଏକଙ୍କୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ସଚିବ ଦାୟିତ୍ୱ ମିଳିଛି । ସେହିପରି ଦୀପଙ୍କର ମହାପାତ୍ର ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ପ୍ରଣତି ଛୋଟରାୟ ହେଲେ ଗୃହ ବିଭାଗର ଅତିରିକ୍ତ ସଚିବ । ନିବେଦିତା ପୃଷ୍ଟି ବୟନିକାର ଏମ୍ଡି ନିଯୁକ୍ତ ହୋଇଛନ୍ତି । ମଧୁସ୍ମିତା ସାମଲ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ସଞ୍ଜୟ ବିଶ୍ବାଳଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦିଆଯାଇଛି । କେନ୍ଦ୍ରୀୟ ଡେପୁଟେସନ ପାଇଁ ଦାୟିତ୍ବମୁକ୍ତ ହେବେ ୩ IAS ଅଧିକାରୀ । ଆସନ୍ତା ୧୩ ତାରିଖରେ ଦାୟିତ୍ବମୁକ୍ତ ହେବେ ୩ IAS ଅଧିକାରୀ ,ଶାଳିନୀ ପଣ୍ଡିତ, ସମର୍ଥ ବର୍ମା, ସ୍ବଧା ଦେବ ସିଂ ହେବେ ଦାୟିତ୍ବମୁକ୍ତ ।














