ଭାରତର 60 ଜଣ ୟଙ୍ଗ ଆଚିଭରଙ୍କ ମଧ୍ୟରେ ନିଜ ସ୍ଥାନ ଅକ୍ତିଆର କରିଛନ୍ତି ଓଡିଆ ଝିଅ ତେଜସ୍ୱିନୀ ପ୍ରିୟଦର୍ଶିନୀ. ଭାରତର ସବୁଠୁ ବଡ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ‘YONO 20 Under Twenty’ ର ବିଭିନ୍ନ ଶ୍ରେଣୀରେ 20 ବର୍ଷରୁ କମ୍ ପିଲାଙ୍କୁ ଉତ୍ସାହିତ କରିବା ପାଇଁ ଘୋଷଣା କରିଛି. ସ୍ଥିରତା, ପ୍ରଦର୍ଶନ କଳା, ଅଭିନୟ, ଖେଳ, ଗ୍ଲୋବାଲ ଇଣ୍ଡିଆନ, ବିକଳାଙ୍ଗତ ଚାମ୍ପିୟନ ଭଳି 10ଟି ବିଭାଗରେ ଏହି ଆୱାର୍ଡ ପ୍ରଦାନ କରାଯିବ. କାବ୍ୟା ବିଘ୍ନେଶ ଓ ପୋଥୁନୁରା ଲାୟା ଛଡା ପ୍ରୋମିଜିଂ ଗେମ୍ ଚେଞ୍ଜର-ଫିମେଲ କ୍ୟାଟେଗୋରୀରେ ତେଜସ୍ୱିନୀ ଅଛନ୍ତି. ରାଉରକେଲାର 16 ବର୍ଷର ତେଜସ୍ୱିନୀ fuel-free bike ଆବିଷ୍କାର କରିଛନ୍ତି. ଯାହା 10 କେଜି କମ୍ପ୍ରେସଡ ଏୟାର ମାଧ୍ୟମରେ 60 କିମି ପର୍ଯ୍ୟନ୍ତ ଗତି କରିପାରିବ. ପେଡାଲ ନଥିବା ଏହି ସାଇକେଲକୁ ଏୟାର ବାଇକ ମଧ୍ୟ କୁହାଯାଉଛି. ତେବେ ଏହି ସାଇକେଲ ସେହି ସମୟରେ ଅତି ଗୁରୁତ୍ୱପୂର୍ଣ୍ଣ ହେବ, ଯେତେବେଳେ ସହରରେ କାର୍ବନ ମନୋକ୍ସାଇଡ, କାର୍ବନ ଡାଇଅକ୍ସାଇଡ ଏବଂ ବାୟୁରେ ଅନ୍ୟ ପ୍ରଦୂଷଣର ମାତ୍ରା ବଢିଯିବ. 2018 ମସିହା ଅକ୍ଟୋବରରେ ଏସବିଆଇ ଏହା ଆରମ୍ଭ କରିଥିଲା. ଏଥିପାଇଁ 14 ଜାନୁୟାରୀରୁ ଖୋଲାଯାଇଥିବା ଭୋଟିଂ ଲାଇନ 27 ଜାନୁୟାରୀରେ ବନ୍ଦ ହୋଇଯିବ ଏବଂ 4 ଫେବୃୟାରୀ ବେଙ୍ଗାଲୁରୁରେ ବିଜେତାଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ଦିଆଯାଇଛି. ତେବେ ଲୋକମାନେ ନିଜର ପ୍ରିୟ ବ୍ୟକ୍ତିଙ୍କୁ www.yonosbi20under20.com ୱେବସାଇଟ ମାଧ୍ୟମରେ ଭୋଟ ଦେଇପାରିବେ.

 

LEAVE A REPLY

Please enter your comment!
Please enter your name here