ଉପର ମୁଣ୍ଡରେ ବର୍ଷାର ପରିମାଣ ବୃଦ୍ଧି ସହ ହୀରାକୁଦ ଡ୍ୟାମର ଜଳସ୍ତର ମଙ୍ଗଳବାର ୬୨୨.୪୧ ଫୁଟ ରହିଛି । ଏହାକୁ ଦୃଷ୍ଟିରେ ରଖି ଡ୍ୟାମର ବାମ ପାଶ୍ୱର୍ରେ ୧୦ ଟି ଓ ଡାହାଣ ପାଶ୍ୱର୍ରେ ୫ଟି ସ୍ଲୁଇସ ଗେଟ ଖୋଲାଯାଇଛି । ସନ୍ଧ୍ୟା ସୁଦ୍ଧା ହୀରାକୁଦ ଡ୍ୟାମର ୨୫ଟି ଗେଟ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ୨୦ଟି ଗେଟ ଦେଇ ଜଳ ନିଷ୍କାଷିତ ହେଉଥିବାବେଳେ ଆଉ ୫ଟି ଗେଟ ଖୋଲାଯିବା ପରେ ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଯାଇଛି । ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପକ୍ଷରୁ ମହାନଦୀ ଅବବାହିକାରେ ଥିବା ସମସ୍ତ ଜିଲ୍ଲାଗୁଡିକୁ ସତର୍କ ସୁଚନା ଜାରି କରିଥିବାବେଳେ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି । ୨୫ଟି ଗେଟ ଖୋଲାହେଲେ ପାଖାପାଖି ୪ ଲକ୍ଷ କୁ୍ୟସେକ ଜଳ ନିଷ୍କାସିତ ହେବାର ସମ୍ଭାବନା ରହିଛି । ସମ୍ବଲପୁର, ସୋନପୁର, ବୌଦ୍ଧ, କଟକ ସମେତ ମହାନଦୀ ଅବବାହିକାରେ ଥିବା ଅନ୍ୟ ଜିଲ୍ଲା ଗୁଡିକରେ ବନ୍ୟା ଆଶଙ୍କା ଥିବାରୁ ଆଲର୍ଟ ଜାରି ହୋଇଛି ।
ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳିରେ ୬ ଲକ୍ଷ କୁ୍ୟସେକ ଜଳ ପ୍ରଭାବିତ ହେବ ଓ ଗୁରୁବାର ସକାଳ ସୁଦ୍ଧା ୮ ଲକ୍ଷ କୁ୍ୟସେକ ପ୍ରବେଶ କରିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here