ଖଣି ମାମଲାରେ ମୁହଁ ଖୋଲିବା ପରେ ଶ୍ରୀକାନ୍ତ ଜେନାଙ୍କୁ ଇସ୍ତାହାର କମିଟିରୁ ବହିଷ୍କାର କରାଯିବା ପରେ ଏବେ ଦଳରେ ବିବାଦ ଆହୁରି ମୁଣ୍ଡ ଟେକିବାରେ ଲାଗିଛି । ଲଗାତର ତିନି ଦିନ ହେବ ଉଭୟ ପିସିସି ସଭାପତି ଓ ଶ୍ରୀକାନ୍ତଙ୍କ କଳି ଦେଖିବାକୁ ମିଳୁଛି । ଆଜି ପୁଣି ଥରେ ଶ୍ରୀକାନ୍ତଙ୍କ ଉପରେ ବର୍ଷିଛନ୍ତି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ ବେଳେ ଗପ କୁହନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସେପଟେ ଶ୍ରୀକାନ୍ତ ଜେନା ମଧ୍ୟରେ ଏହା କଡ଼ା ଜବାବ ରଖିଛନ୍ତି ।

କଂଗ୍ରେସକୁ ଖଣି ମାଫିଆଙ୍କ ଦଳ କହି ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତ ଜେନା ବହିଷ୍କାର ହେବା ପରେ ବୟାନବାଜି ଜାରି ରହିଛି । ଆଜି ପୁଣି ଥରେ ଜେନାଙ୍କୁ ତାତ୍ସଲ୍ୟ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଶ୍ରୀକାନ୍ତ ବାବୁ ଜଣେ ବରିଷ୍ଠ ନେତା । ସେ ବେଳେବେଳେ ଏମିତି ଗପ କୁହନ୍ତି । ଦଳରେ ସ୍ୱଚ୍ଛତା ଅଛି କି ନାହିଁ ସେ ଠିକ୍‌ ସମୟରେ ପ୍ରମାଣ ପାଇବେ । ତେବେ ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ତାଙ୍କୁ ମନେ ପକାଇ ଦେଇ କହିଛନ୍ତି ଯେ ସେ ବିଜୁ ବାବୁଙ୍କ ବିରୋଧରେ ମଧ୍ୟ ନାନା କଥା କହୁଥିଲେ । ତେବେ ଚେତାବନୀ ଦେବା ଢଙ୍ଗରେ କହିଛନ୍ତି ଯେ ଆଗକୁ କ’ଣ ହେଉଛି ଦେଖ ।

ତେବେ ସଭାପତିଙ୍କ ଏଭଳି ମନ୍ତବ୍ୟରେ କଡ଼ା ଜବାବ ରଖି ଖୁଲମଖୁଲା ପୁଣି ଥରେ ଚ୍ୟାଲେଞ୍ଜ କରିଛନ୍ତି ଶ୍ରୀକାନ୍ତ ଜେନା । ସେ ଯଦି ବ୍ୟବସାୟ କରିଥିବେ ସ୍ପଷ୍ଟୀକରଣ ଦେବେ । ତେବେ ଗପ କହିବା ପାଇଁ ବି ନିୟମିତ ଅଭ୍ୟାସ ଦରକାର । ମୁଁ କହୁଥିବା କଥାକୁ ଗପ କହିଲେ ମୋର କିଛି କହିବାର ନାହିଁ । ତେବେ ରାଜ୍ୟ ସରକାର ଖଣି ଚୋରଙ୍କ ନାଁ କାହିଁକି ଖୁଲାସା କରୁ ନାହାଁନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ସେ କାହାକୁ ବ୍ୟକ୍ତିଗତ ଆକ୍ଷେପ କରି କହି ନାହାଁନ୍ତି ବରଂ ସାମଗ୍ରିକ ଖଣି ଦୁର୍ନୀତି କଥା କହିଛି ବୋଲି କହିଛନ୍ତି । ତେବେ ବିଜୁ ପଟ୍ଟନାୟକଙ୍କ ଭୁଲ କଥା ମଧ୍ୟ କହିଛି ।

LEAVE A REPLY

Please enter your comment!
Please enter your name here