ଏବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି। କେନ୍ଦ୍ରୀୟ କର୍ମଚାରୀମାନେ ସେମାନଙ୍କର ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ସମେତ ଯେକୌଣସି ବ୍ୟକ୍ତିଗତ କାରଣ ଦର୍ଶାଇ ଅନ୍ୟ ଯୋଗ୍ୟ ଛୁଟି ସହିତ ପ୍ରତିବର୍ଷ ୩୦ ଦିନର ଅତିରିକ୍ତ ଛୁଟି ନେଇପାରିବେ। ଏଥିପାଇଁ ସେମାନଙ୍କର କୌଣସି ଦରମା କଟିବ ନାହିଁ। ପରିଣତ ବୟସରେ ବୃଦ୍ଧ ବାପା-ମାଙ୍କ ସେବା କରିବାକୁ ସେମାନେ ଏହି ଛୁଟି ନେଇପାରିବେ। ଅନ୍ୟ କୌଣସି ବ୍ୟକ୍ତିଗତ କାରଣ ପାଇଁ ମଧ୍ୟ ଏହି ଛୁଟି ନିଆଯାଇପାରିବ । ଗୁରୁବାର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ କେନ୍ଦ୍ରୀୟ ସିଭିଲ ସେବା (ଛୁଟି) ନିୟମ, ୧୯୭୨ ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ଅନ୍ୟାନ୍ୟ ଯୋଗ୍ୟ ଛୁଟି ବ୍ୟତୀତ ପ୍ରତିବର୍ଷ ୩୦ ଦିନର ଅର୍ଜିତ ଛୁଟି, ୨୦ ଦିନର ଅଧା ବେତନ ଛୁଟି, ୮ ଦିନର କାଜୁଆଲ୍ ଛୁଟି ଏବଂ ୨ ଦିନର ପ୍ରତିବନ୍ଧିତ ଛୁଟି ପ୍ରଦାନ କରାଯାଇଛି। ସେମାନେ ସେମାନଙ୍କର ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ସମେତ ଯେକୌଣସି ବ୍ୟକ୍ତିଗତ କାରଣରୁ ଏହି ଲାଭ ପାଇପାରିବେ। ଯେଉଁଥିରେ ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ମଧ୍ୟ ସାମିଲ ରହିଛି ।
ସେହିଭଳି ନୂଆ ପେନସନ ଯୋଜନା ଅଧୀନରେ, ପ୍ରତି ମାସରେ ଦରମାରୁ କିଛି ଟଙ୍କା କଟାଯାଏ, ଯାହା ପେନସନ ଆକାରରେ ମିଳିଥାଏ । କେନ୍ଦ୍ର ସରକାର ଖୁବ୍ ଶୀଘ୍ର 8th ପେ’ କମିଶନ ଲାଗୁ କରିବେ ।

LEAVE A REPLY

Please enter your comment!
Please enter your name here