ସରକାରୀ ଡକ୍ୟୁମେଣ୍ଟରେ ଗାନ୍ଧୀଙ୍କ ମୃତ୍ୟୁ ସଂପର୍କରେ ଲିଫଲେଟରେ ପ୍ରକାଶ ପାଇଥିବା ଭୁଲ ତଥ୍ୟକୁ ନେଇ ଗରମ ହୋଇଯାଇଥିଲା ବିଧାନସଭା | ବିରୋଧୀଙ୍କ କଡା ସମାଲୋଚନା ପରେ ଗୃହରେ ସ୍ପଷ୍ଟୀକରଣ ରଖିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ | ଗୃହରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ବିଭ୍ରାନ୍ତ କରିବାର ଉଦ୍ଦେଶ୍ୟ ନଥିଲା, ଲିଫଲେଟକୁ ବର୍ତ୍ତମାନ ପ୍ରତ୍ୟାହାର କରାଯାଇଛି । ସେହିପରି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ମଧ୍ୟ ସେବାରୁ ନିବୃତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି | ୨ ଅଧିକାରୀଙ୍କୁ କୈଫୟତ ମଗାଯାଇଛି | ଏପଟେ ମାସକ ଭିତରେ ଲିଫଲେଟର ପୁନଃ ମୂଦ୍ରଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି |
ସେହି ଅନୁଯାୟୀ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପଦରେ ଥିବା ବରିଷ୍ଠ ଓଏଏସ ଅଧିକାରୀ ବିଶ୍ବନାଥ ପ୍ରଧାନଙ୍କୁ ଅଫିସର ଉଇଦାଉଟ୍ ଡ୍ୟୁଟି ଭାବେ ଯୋଜନା ଓ ସଂଯୋଜନ ବିଭାଗକୁ ବଦଳି କରାଯାଇଛି | ଏନେଇ ବିଧିବଦ୍ଧ ଭାବେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ସେହିପରି ନୂଆପଡ଼ା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ବରିଷ୍ଠ ଓଏଏସ ଅଧିକାରୀ ବୃଷଭ ଚନ୍ଦ୍ର ନାୟକଙ୍କୁ ବଦଳି କରାଯାଇ କଟକ ସ୍ଥିତ ବୋର୍ଡ଼ ଅଫ୍ ରେଭିନ୍ୟୁରେ ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି |

LEAVE A REPLY

Please enter your comment!
Please enter your name here