ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଦରକାର ହେଲେ ପୁଣି କଳାକୋର୍ଟ ପିନ୍ଧିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସରକାର ଏହି ଘଟଣାକୁ ଯେତିକି ଗୁରୁତ୍ବ ଦେବା କଥା, ଦେଇନାହାଁନ୍ତି ବୋଲି ନରସିଂହ କହିଛନ୍ତି । ପୋଲିସ ଡିଆଇଜି ତଦନ୍ତ ଶେଷ ହୋଇଛି ବୋଲି ଦେଇଥିବା ମନ୍ତବ୍ୟକୁ ବରିଷ୍ଠ କଂଗ୍ରେସ ନେତା ସମାଲୋଚନା କରିଛନ୍ତି । ଏହା କେଉଁ ଆଇନରେ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି । ମମିତା ମେହେରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଛି । କିନ୍ତୁ ହତ୍ୟା ଷଡଯନ୍ତ୍ର ସଂପର୍କରେ ତଦନ୍ତ କାହିଁକି କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ମମିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଆବଶ୍ୟକ ହେଲେ ସେ ପୁଣି କଳାକୋର୍ଟ ପିନ୍ଧି ଅଦାଲତରେ ଲଢେଇ କରିବ ବୋଲି ସେ କହିଛନ୍ତି