50 ବର୍ଷ ପରେ ପ୍ରଥମଥର ଏପରି ହୋଇଛି ଯେ ଜଣେ ଅନ୍ତରୀକ୍ଷ ଯାତ୍ରୀ ନାସାରୁ ଇସ୍ତଫା ଦେଇଛନ୍ତି. ରାବ କୁଲୀନ ନାମକ ଜଣେ ଅନ୍ତରୀକ୍ଷ ଯାତ୍ରୀ ପ୍ରଶିକ୍ଷଣ ସମୟରେ ନିଜର ଇସ୍ତଫା ଘୋଷଣା କରିଛନ୍ତି. ଯଦିଓ ଜଣେ  ଅନ୍ତରୀକ୍ଷଯାତ୍ରୀଙ୍କୁ ଟିମରେ ଯୋଗ୍ୟ ବିବେଚିତ ହେବା ବହୁ କଠିନସାଧ୍ୟ ହୋଇଥାଏ. ଆମେରିକା ଅନ୍ତରୀକ୍ଷ ଯାତ୍ରୀ ଏଜେନ୍ସି କହିଛି ଯେ, ଗତ ପଚାଶ ବର୍ଷ ଭିତରେ ଏପରି ଘଟଣା ପ୍ରଥମଥର ପାଇଁ ଦେଖିବାକୁ ମିଳିଲା. ଜଣେ ସମ୍ଭାବ୍ୟ ଅନ୍ତରୀକ୍ଷଯାତ୍ରୀ ଏଜେନ୍ସିକୁ ଇସ୍ତଫା ଦେଇ ପ୍ରଶିକ୍ଷଣକୁ ଅଧାରୁ ଛାଡିଛନ୍ତି. ଏହା ପୂର୍ବରୁ 1968 ମସିହାରେ ଜଣେ ଆଷ୍ଟ୍ରୋନଟ ଇସ୍ତଫା ଦେଇଥିଲେ. ତେବେ ଅନ୍ତରୀକ୍ଷ ଏଜେନ୍ସିର ପ୍ରବର୍ତ୍ତକ ବ୍ରାଣ୍ଡି ଡିନ କହିଛନ୍ତି ରାବ କୁଲୀନ ନିଜର ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଛନ୍ତି ଏବଂ ସେ ଦେଇଥିବା ଇସ୍ତଫା 31 ଅଗଷ୍ଟ ପର୍ଯ୍ୟନ୍ତ ବଳବତ୍ତର ରହିବ.

LEAVE A REPLY

Please enter your comment!
Please enter your name here