ଅନେକ ଲୋକ ପର୍ଣ୍ଣ ଫିଲ୍ମ ବା ଆଡଲ୍ଟ ଫିଲ୍ମ ଦେଖିବାକୁ ବେଶ୍ ପସନ୍ଦ କରିଥାନ୍ତି । କିନ୍ତୁ  ଖୋଲାଖୋଲି ଭାବେ ନୁହେଁ ଲୁଚା ଛପାରେ ଏସବୁ ଫିଲ୍ମ ଦେଖିଥାନ୍ତି ଅନେକ ଯୁବପୀଢି ବା ବ୍ୟକ୍ତିବିଶେଷ । ଆପଣ ଜାଣିଛନ୍ତି କି  ଏମିତି ଏକ ଦେଶ ଅଛି ଯେଉଁଠି ପର୍ଣ୍ଣ ଫିଲ୍ମ ଦେଖିଲେ ଚାକିରି ସହ ମିଳୁଛି ଲକ୍ଷାଧିକ ଟଙ୍କାର ଦରମା । ଏମିତି ଏକ ଅଫର ଦେଉଛି ଡେନମାର୍କ ସହର । ଏହି ଚାକିରି ପାଇଁ ବିଜ୍ଞାପନ ମଧ୍ୟ ଦିଆଯାଉଛି । ଡେନମାର୍କର ଏକ ନାଇଟ କ୍ଲବ ଏଥିପାଇଁ ବିଜ୍ଞାପନ ଦେଇଛନ୍ତି । ଏଥିରେ ଯୋଗ୍ୟ ବିବେଚିତ ହେଉଥିବା ପ୍ରାର୍ଥୀମାନେ କେବଳ ବସିରହି ପର୍ଣ୍ଣ ଫିଲ୍ମ ଦେଖିବେ ଓ ମାସ ଶେଷରେ ୨ ଳକ୍ଷ ଟଙ୍କା ଦରମା ନେବେ । କଥାଟା ଆଶ୍ଚର୍ଯ୍ୟ ଏବଂ ହାସ୍ୟସ୍ପଦ ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ୍ୟ । ତେବେ ଉକ୍ତ ନାଇଟ କ୍ଲବ ମାଲିକଙ୍କ କହିବା କଥା ହେଲା, ଏପରି କଲେ ତାଙ୍କ କ୍ଲବ ଫେମସ ହେବା ସହ ଭଲ ବ୍ୟବସାୟ କରିବ । ଏହି ଚାକିରି ପାଇଁ କେତେଗୁଡିଏ ନିୟମାବଳୀ ରଖିଛନ୍ତି କ୍ଲବ ମାଲିକ । ଯେମିତିକି ପ୍ରାର୍ଥୀଙ୍କର ବୟସ ୧୮ ବର୍ଷରୁ ଉର୍ଦ୍ଧ ହୋଇଥିବ । ଏହାସହ ପ୍ରତିଦିନ ୨୦ ଘଣ୍ଟା ବସି ଏହି ଫିଲ୍ମ ଦେଖିବାକୁ ପଡିବ । ଡେନମାର୍କରେ ଥିବା ହର୍ନେସ୍ଥଲ ବାର ନାମକ ଏକ ନାଇଟ କ୍ଲବ ତାର ଫେସବୁକ୍ ଆକାଉଣ୍ଟରେ ଏହି ବିଜ୍ଞାପନ ଦେଇଥିବା ସୁଚନା ମିଳିଛି ।

 

 

 

LEAVE A REPLY

Please enter your comment!
Please enter your name here