ପିସିସି ସାଧାରଣ ସମ୍ପାଦକ ତଥା କୋରାପୁଟ ବିଧାୟକ କୃଷ୍ଣ ସଗରିଆ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ନିଜ ନିଯୁକ୍ତିକୁ ନେଇ ଅସନ୍ତୁଷ୍ଟ ଜାହିର କରିଛନ୍ତି ବିଧାୟକ । ସେ ଉଭୟ ପିସିସି ସଭାପତି ଓ ଏଆଇସିସି ଓଡିଶା ପ୍ରହରୀଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ପିସିସି ଏସସି ସେଲର ସଭାପତି ଥିବା ବେଳେ ଦାନ ମାଝିଠାରୁ ଆରମ୍ଭ କରି କାଶୀପୁର ଘଟଣା, କୁନ୍ଦୁଲି ପୀଡିତା ଘଟଣା ଏବଂ ବିଭିନ୍ନ ଦଳିତ ସଂପର୍କିତ ପ୍ରସଙ୍ଗ ଉପସ୍ଥାପନ କରିଥିଲେ ବିଧାୟକ । ଏହି ସମସ୍ୟା ଉଭୟ କେନ୍ଦ୍ର ଓ ରାଜ୍ୟରେ  ଉପସ୍ଥାପିତ ହୋଇଥିଲା । ମାତ୍ର ଫଳ କିଛି ମିଳିନଥିଲା ବୋଲି କହିଛନ୍ତି କୃଷ୍ଣ ସଗରିଆ । ଏହି ଘଟଣା ପରେ ସଭାପତି ପଦରୁ ବହିଷ୍କାର ହୋଇ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଥିଲେ ସେ ।

ଦଳିତ ବିରୋଧୀ ମାନସିକତା ରହିଥିବା ଲୋକଙ୍କ ସହ ମୁଁ କାମ କରି ପାରିବି ନାହିଁ ।  ତେଣୁ ମୁଁ ଇସ୍ତଫା ଦେଇଛି ବୋଲି ଗଣମାଧ୍ୟମ ସାମ୍ନାରେ ସଗରିଆ ପ୍ରକାଶ କରିଛନ୍ତି । ମାତ୍ର କଂଗ୍ରେସରେ ରହିବି କି ନାହିଁ ତାହା ନିଷ୍ପତି ନେଇ ନାହିଁ  ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here