ଆଜିର ସମୟରେ ଏସି, ୱାସିଂ ମେସିନ ଓ ଲାପଟପ ବ୍ୟବହାର କରିବା ପାଇଁ  ସମସ୍ତେ ଚାହାଁନ୍ତି. ହେଲେ ଏଥିପାଇଁ ଆପଣଙ୍କୁ ପଇସା ଦେବାକୁ ପଡିଥାଏ. କିନ୍ତୁ ଯଦି ଏହା ଆପଣଙ୍କୁ ମାଗଣା ମିଳେ! ହଁ ,ଏହା ସତ. ଯଦି ଆପଣ ପେଟ୍ରୋଲ କିମ୍ବା ଡିଜେଲ ଭରୁଛନ୍ତି ତାହାଲେ ଆପଣଙ୍କୁ ମିଳିବ ଏସି, ୱାସିଂ ମେସିନ ଓ ଲାପଟପ. ବର୍ତ୍ତମାନ ସମୟରେ ବଢୁଥିବା ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ ମଧ୍ୟପ୍ରଦେଶ ସ୍ଥିତ ଏକ ପେଟ୍ରୋଲ ପମ୍ପର ମାଲିକ ନିଜ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏଭଳି ଏକ ଅଫର ଦେଇଛନ୍ତି. ଅଫରଟି ହେଲା ଯଦି ଜଣେ ଗ୍ରାହକ 5,000 ଲିଟର ତେଲ କିଣୁଛନ୍ତି ତାହାଲେ ତାଙ୍କୁ ମାଗଣା ମିଳିପାରେ ମୋବାଇଲ, ସାଇକେଲ କିମ୍ବା ଘଡି ଏବଂ ଯଦି ଜଣେ ଗ୍ରାହକ 15,000 ଲିଟର ତେଲ କିଣୁଛନ୍ତି ତାହାଲେ ତାଙ୍କୁ ମିଳିବ ଆଲମାରୀ, ସୋଫାସେଟ କିମ୍ବା 100 ଗ୍ରାମର ରୂପା ମୂଦ୍ରା. ସେହିଭଳି 25,000 ଲିଟର ଡିଜେଲ କିଣା ଉପରେ ଗ୍ରାହକଙ୍କୁ ୱାସିଂ ମେସିନ, 50,000 ଲିଟର ଡିଜେଲ କିଣା ଉପରେ ସ୍ପିଲ୍ଟ ଏସି ଓ ଲାପଟପ ଏବଂ 1,00000 ଲିଟର ଡିଜେଲ କିଣା ଉପରେ ସ୍କୁଟର କିମ୍ବା ମୋଟରସାଇକେଲ ମଧ୍ୟ  ମିଳିବ. ତେବେ ଏ ପର୍ଯ୍ୟନ୍ତ ବହୁ ଗ୍ରାହକ ଏହାର ଲାଭ ଉଠାଇସାରିଲେଣି.

LEAVE A REPLY

Please enter your comment!
Please enter your name here