ବସ୍ ଓ ବାଇକ୍ ମୁହାଁ ମୁହିଁ । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଝିଅ ଓ ଜ୍ୱାଇଁ ଆହତ ହୋଇଛନ୍ତି । ଏଭଳି ଦୂର୍ଘଟଣା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କଲେଜ ଛକରେ ଘଟିଛି । ଶୁକ୍ରବାର ସକାଳେ ବସଟି କରଞ୍ଜିଆରୁ ଟାଟା ଯାଉଥିବା ବେଳେ ବାଇକକୁ ସାମା୍ନରୁ ଧକ୍କା ଦେଇଥିଲା ବସ୍ । ଫଳରେ ବାଇକଟି ଭାରସାମ୍ୟ ହରାଇ ପଡିଯାଇଥିଲା । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମହିଳା ଜଣଙ୍କ ହେଉଛନ୍ତି ବାଚା ସୋରେନ୍ । ତେବେ ଆହତ ଝିଅ ଜ୍ୱାଇଁଙ୍କୁ ରାଇରଙ୍ଗପୁର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ବସ୍ ଡ୍ରାଇଭର୍ ଫେରାର ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here