ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ମୋନ୍ଥା’ ମୁକାବିଲା ପାଇଁ ରାଜ୍ୟ ସରକାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ବିଭିନ୍ନ ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ବରରେ ବିପଦ ଆଶଙ୍କା ନ ଥିଲେ ମଧ୍ୟ, ବର୍ଷା ସମ୍ଭାବନା ଦୃଷ୍ଟିରୁ ବିଏମସି ସମସ୍ତ ପ୍ରସ୍ତୁତି ଶେଷ କରିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହିତ ପବନ ମଧ୍ୟ ବହିବ ।ତେଣୁ ଭୁବନେଶ୍ୱରରେ ଜଳବନ୍ଦୀ, ଗଛ ଭାଙ୍ଗିବା, ବିଦ୍ୟୁତ ତାର ଛିଣ୍ଡିବାର ସମ୍ଭାବନା ମଧ୍ୟ ରହିଛି । ସେଥିପାଇଁ ବିଏମସି ପ୍ରସ୍ତୁତ ହୋଇଛି ।ବିଏମସିର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଯଦି ଭୁବନେଶ୍ବରରେ କୌଣସି ସମସ୍ୟା ଉତ୍ପନ୍ନ ହୁଏ ତେବେ ହେଲ୍ପଲାଇନ ନମ୍ବର- ୧୯୨୯କୁ ଫୋନ କରି ଯୋଗାଯୋଗ କରିବାକୁ କୁହାଯାଇଛି ।








