ମୋମୋ ଚ୍ୟାଲେଞ୍ଜ ନଖେଳିବାକୁ ସିଆଇଡିର ପରାମର୍ଶ । ହ୍ୱାଟ୍ସାପ୍ ଏବଂ ମେସେଞ୍ଜରରେ ଆସିପାରେ ଗେମ୍ ରିକ୍ୱେଷ୍ଟ୍ । ଏଭଳି ଘାତକ ଖେଳ ହୋଇପାରେ ମୃତ୍ୟୁର କାରଣ । ସୋସିଆଲ୍ ମିଡିଆରେ ଠିକ୍ ବ୍ଲୁ ହ୍ୱେଲ୍ ପରି ମୋମୋ ଚ୍ୟାଲେଞ୍ଜ । ଏହି ଗେମ୍ରେ ଖେଳାଳିଙ୍କୁ କିଛି ଟାସ୍କ୍ ଦିଆଯିବ ଯାହା ଖେଳିଲା ପରେ ଏକ ଭୟଙ୍କର ଇମେଜ୍ ଦେଖିବାକୁ ମିଳେ । ପଶ୍ଚିମ ବଙ୍ଗରେ ଏହି ଗେମ୍ର ନିଶା ବଢିଯାଇଛି । ୨ଜଣଙ୍କ ମୃତ୍ୟୁ ପରେ ସିଆଇଡିର ପରାମର୍ଶ ଜାରି ରହିଛି । ସିଆଇଡିର ସୂଚନା ଅନୁସାରେ ଯଦି ଆପଣଙ୍କୁ ଗେମ୍ ରିକ୍ୱେଷ୍ଟ୍ ଆସେ ତେବେ ଆପଣ ନିକଟରେ ଥିବା ପୋଲିସ୍ ଷ୍ଟେସନ୍ରେ ଏତଲା ଦେଇପାରିବେ । ଦେଶରେ ଏହି ଗେମ୍ ଖେଳି ୩ ଜଣଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here