ଶ୍ରୀମନ୍ଦିର ସୁରକ୍ଷା ସହ ଖେଳ । ପରିକ୍ରମା ପ୍ରକଳ୍ପରେ ନିଶାଖୋରଙ୍କ ଦୌରାତ୍ମ୍ୟ । ଖୋଲାଖୋଲି ସୁରକ୍ଷା କର୍ମୀଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି ଦୁବୃର୍ତ୍ତ । ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବୁଢୀ ମାଆ ମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକ ପୂର୍ଣ୍ଣ ବାର୍ତ୍ତା । ମନ୍ଦିର ଭାଙ୍ଗିବ ଆତଙ୍କବାଦୀ । ଫୋନ୍ ନମ୍ୱର୍ ବି ଦିଆଯାଇଛି । କିଏ ,କାହିଁକି କରିଛି ତାହା ଜାଣିବାର ଆବଶ୍ୟକତା ରହିଛି । ଖବର ପ୍ରସାରଣ ପରେ ପ୍ରଶାସନ ପହଞ୍ଚି ପଥର କାନ୍ଥରେ ଦିଆଯାଇଥିବା ଧମକପୂର୍ଣ୍ଣ ବାର୍ତ୍ତାକୁ ଲିଭାଇଦେଇଥିବା ସୂଚନା ମିଳିଛି ।ସେପଟେ ଆଜି ଶ୍ରୀମନ୍ଦିରରେ ପବିତ୍ର ଭାଦ୍ରବ ମାସ କୃଷ୍ନପକ୍ଷ ଚତୁର୍ଥୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା। ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି ରାହୁରେଖାକୁ ଚତୁଃର୍ଦ୍ଧାମୂର୍ତ୍ତୀଙ୍କୁ ଲାଗି କରାଯିବ। ମହାପ୍ରଭୁଙ୍କର ଅନେକ ଗୁପ୍ତନୀତି ମଧ୍ୟରୁ ଏହା ଅନ୍ୟତମ ଗୁପ୍ତନୀତି ହୋଇଥିବାରୁ ଦଇତାପତି ସେବାୟତ ମାନେ ଗୋଷ୍ଠିଗତ ଭାବେ ଏହି ନୀତିକୁ ନିଷ୍ଠାର ସହ ସମ୍ପାଦନ କରିବେ।








